ପୁରୀ ଜିଲାର ୧୦୦୮ କୁକୁଡ଼ାଙ୍କ ରକ୍ତ ନମୁନା ସଂଗ୍ରହ

ପୁରୀ ଅଫିସ, ୩୦ା୧: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲାର ବିଭିନ୍ନ ସ୍ଥାନରୁ ବାର୍ଡଫ୍ଲୁ ଆଶଙ୍କା କରି ୧୦୦୮ କୁକୁଡ଼ାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଛି। ୧୧ ବ୍ଲକରେ ଥିବା ୨୦୪୦ କୁକୁଡ଼ା ଫାର୍ମ ସମ୍ପର୍କରେ ଜିଲା ପ୍ରାଣୀ ଚିକିତ୍ସା ବିଭାଗ ତଥ୍ୟ ସଂଗ୍ରହ କରୁଛି। କୌଣସି ସ୍ଥାନରେ ମଲା କୁକୁଡ଼ା, ମଲା କାଉ କିମ୍ବା ମଲା ବତକ ଦେଖିଲେ ସଙ୍ଗେ ସଙ୍ଗେ ଖବର ଦେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଏକ ହାଟ୍ସଆପ ଗ୍ରୁପ କରାଯାଇଛି। ବୁଧବାର ସମସ୍ତ ବ୍ଲକର ପ୍ରାଣୀ ଚିକିତ୍ସା ଅଧିକାରୀ ଜିଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିଛନ୍ତି। ଗତବର୍ଷ କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିଲା। ତେଣୁ ସମ୍ପୃକ୍ତ ଅଞ୍ଚଳ ଉପରେ ପ୍ରଶାସନ ସତର୍କ ଦୃଷ୍ଟି ରଖିଛି।

Share