ପୁରୀ ଜିଲାର ୧୨୩ କେନ୍ଦ୍ରରେ ପରୀକ୍ଷା ଦେଲେ ୨୨୪୭୮ ଛାତ୍ରୀଛାତ୍ର

ପୁରୀ ଅଫିସ, ୧୯ା୨: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ଚଳିତବର୍ଷ ପୁରୀ ଜିଲାର ୧୨୩ କେନ୍ଦ୍ରରେ ୨୨,୪୭୮ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ରେଗୁଲାର ୨୧,୧୩୫, ଏକ୍ସ-ରେଗୁଲାର ୬୧୨ ଏବଂ କରେସପଣ୍ଡେଣ୍ଟ କୋର୍ସରେ ରେଗୁଲାର ୩୬, ଏକ୍ସ-ରେଗୁଲାର ୩ ମୋଟ ୨୧,୭୮୬ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ସେହିପରି ମଧ୍ୟମା ରେଗୁଲାରରେ ୯୪ ଓ ଏକ୍ସ-ରେଗୁଲାରରେ ୯ ମୋଟ ୧୦୩ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍‌ଓଏସ୍‌ସି) ରେଗୁଲାରରେ ୪୪୩, ଏକ୍ସ-ରେଗୁଲାରରେ ୧୪୬ ମୋଟ ୫୮୯ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ବୁଧବାର ଦୁଇଟି ଶିଫ୍ଟରେ ପରୀକ୍ଷା ହୋଇଥିଲା। ପ୍ରଥମ ଶିଫ୍ଟରେ ମାଟ୍ରିକ ରେଗୁଲାର ଓ ଏକ୍ସ-ରେଗୁଲାର ଏବଂ ଦ୍ୱିତୀୟ ଶିଫ୍ଟରେ ମଧ୍ୟମା ଏବଂ ଏସ୍‌ଓଏସ୍‌ସି ପିଲାଙ୍କ ପରୀକ୍ଷା ହୋଇଥିଲା।
ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଲାଗି ଛାତ୍ରୀଛାତ୍ରମାନେ ପୂର୍ବାହ୍ନ ୯.୩୦ ମିନିଟ୍‌ ସୁଦ୍ଧା ପରୀକ୍ଷା ହଲରେ ପହଞ୍ଚତ୍ଥିଲେ। ସେମାନେ ପ୍ରବେଶିକାପତ୍ର ଦେଖାଇ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ। ୧୫ ମିନିଟ୍‌ ପୂର୍ବରୁ ପ୍ରଶ୍ନପତ୍ର ଦିଆଯାଇଥିଲା। ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨.୩୦ ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅପରାହ୍ନ ୧.୩୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହୋଇଥିଲା। ପ୍ରଥମ ଦିନରେ ମଧ୍ୟମା ପରୀକ୍ଷାରେ ୨ଜଣ ଛାତ୍ର କପି କରି ଧରାପଡ଼ିିଥିବା ଜିଲା ଶିକ୍ଷାଧିକାରୀଙ୍କ କାଯର୍ର୍‌ୟାଳୟରୁ ସୂଚନା ଦିଆଯାଇଛି।

Share