ପୁରୀ ଜିଲା ବିଜେଡି-ଭାଜପା ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ପୁରୀ ଅଫିସ,୨୬।୧: ପୁରୀ ଜିଲା ବିଜୁ ଜନତା ଦଳ ପକ୍ଷରୁ ସିଂହଦ୍ବାର ଏମାର ଚକଡା ମଙ୍ଗୁ ମଠ ସମ୍ମୁଖରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପୂର୍ବତନ ନଗରପାଳ ଗୌରହରି ପ୍ରଧାନ,ପୂର୍ବତନ ଉପ ନଗରପାଳ ଶାନ୍ତିଲତା ପ୍ରଧାନ, ନଗର ସଭାପତି ଭକ୍ତ ଚରଣ ଦାସ, ସମ୍ପାଦକ ଭଗବାନ ପଡିଆରେ, ସବ୍ୟସାଚୀ ମହାପାତ୍ର, ପ୍ରତିମ ଜଗଦ୍ଦେବ,ଘନଶ୍ୟାମ ମର୍ଦ୍ଦରାଜ, କୃଷ୍ଣଚନ୍ଦ୍ର ପଣ୍ଡା, ଦେବେନ୍ଦ୍ର ନାଥ ଦାସ ମହାପାତ୍ର, ନାରୀନେତ୍ରୀ
ବିନୋଦିନୀ ଦାଶ, ନଗର ଯୁବ ବିଜେଡି ସଭାପତି ସରୋଜ ନାୟକ, ନଗର ଛାତ୍ର ବିଜେଡି ସଭାପତି ରାଜେଶ ରଣା, ସମ୍ପାଦକ ଶ୍ରୀନିବାସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସେହିଭଳି ଜିଲା ଭାରତୀୟ ଜନତା ପାର୍ଟି(ଭାଜପା)ପକ୍ଷରୁ ସାଧାରଣତନ୍ତ୍ର ଦିବସ ସିଂହଦ୍ବାର ଏମାର ଚକଡ଼ା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜିଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୂର୍ବତନ ଜିଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର, ଭାଜପା ଜିଲା ସମ୍ପାଦିକା ମମତା ପତି, ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାଶ, ବରିଷ୍ଠ ଭାଜପା ନେତା ରବି ଦାସ, ସଞ୍ଜୀବ ମୁଖାର୍ଜୀ, ଦୀନବନ୍ଧୁ ପ୍ରତିହାରୀ, ମଧୁସୂଦନ ସିଂହାରୀଙ୍କ ସମେତ ଏକାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।