ପୁରୀ ଦେଶର ଦ୍ୱିତୀୟ ସ୍ବଚ୍ଛ ବେଳାଭୂମି

ଭୁବନେଶ୍ୱର,୪ା୧(ବ୍ୟୁରୋ): ପୁରୀ ଦେଶର ଦ୍ୱିତୀୟ ସବୁଠାରୁ ପରିଷ୍କାର ବା ସ୍ବଚ୍ଛ ବେଳଭୁମୀ । ଏଥିସହିତ ଗଞ୍ଜାମ ଜିଲାର ଗୋପାଳପୁର ବେଳାଭୁମି ଚତୁର୍ଥ ସଫା ବେଳାଭୂମି ମାନ୍ୟତା ପାଇଛି। ଜାତୀୟ ଉପକୂଳ ଗବେଷଣା କେନ୍ଦ୍ର (ଏନସିସିଆର) ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି। ରିପୋର୍ଟରେ କୁହାଯାଇଛି ଯେ ଓଡିଶାର ବେଳାଭୁମିଗୁଡିକ କମ ପ୍ରଦୂଷିତ। ଏନସିସିଆର ପକ୍ଷରୁ ୨୦୧୯ ସେପ୍ଟେମ୍ବରରେ ଦେଶର ୩୪ଟି ବେଳଭୁମିର ସର୍ଭେ କରାଯାଇଥିଲା। ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ସଫେଇ କାର୍ଯ୍ୟରେ ନିୟୋଜିତ ସମସ୍ତ ସ୍ବେଚ୍ଛାସେବୀଙ୍କୁ ଧନ୍ୟବାଦ ଦିଆଯାଇଛି। ପୁରୀ ଜିଲା ପ୍ରଶାସନ ପକ୍ଷରୁ ବେଳାଭୂମିକୁ ପରିଷ୍କାର ରଖିବା ପାଇଁ ମୋ ବେଳାଭୁମି ଅଭିଯାନ କରାଯାଇଥିଲା। ଗତ ସେପ୍ଟେମ୍ବରରେ ଜାତୀୟ ଉପକୂଳ ସଫେଇ ଦିବସ ଅବସରରେ ପୁରୀ ବେଳଭୁମିରେ ଏକ ମେଗା ସଫେଇ କାର୍ଯ୍ୟ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଖୁସି ବ୍ୟକ୍ତି କରି କହିଛନ୍ତି ଯେ ଓଡିଶାର ସ୍ବଚ୍ଛ ବେଳାଭୁମି ପର୍ଯ୍ୟଟକମାନଙ୍କୁ ଅପେକ୍ଷା କରି ରହିଛି। ଏ କ୍ଷେତ୍ରରେ ଏନସିସିଆର ଆମକୁ ସମର୍ଥନ ଦେଇଛି।

Share