ପୁରୀ ନାବାଳିକା ଗଣବଳାତ୍କାର ମାମଲା: ତୃତୀୟ ଅଭିଯୁକ୍ତ ରାମଚନ୍ଦ୍ର ଗିରଫ

ପୁରୀ ଅଫିସ, ୭।୧୨: ପୁରୀ ପୋଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ କୁମ୍ଭାରପଡ଼ା ପୋଲିସ ଶୁକ୍ରବାର ତୃତୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେବଣାନୁଆଗଁ। ଆଳିଆପୁଟୁ ଗ୍ରାମର ରାମଚନ୍ଦ୍ର ପ୍ରଧାନ(୩୨)। କୌଣସି ସୁତ୍ରରୁ ଖବରପାଇ ପୋଲିସ ଶୁକ୍ରବାର ଭୋର ସମୟରେ ଉକ୍ତ ଗ୍ରାମରେ ଚଢ଼ାଉ କରି ତାଙ୍କୁ ଧରିଥିଲା। ବଳାତ୍କାର ଘଟଣାରେ ଜଡ଼ିତ ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି। ପ୍ରତିଶ୍ରୁତି ଅନୁଯାୟୀ ନିର୍ଦ୍ଧାରିତ ସମୟରେ ଚାର୍ଜସିଟ୍‌ ଦାଖଲ କରାଯିବ। ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଛି। ଏନେଇ ଗଠିତ ସ୍ବତନ୍ତ୍ର ଟିମ୍‌ ତାର ତଦନ୍ତ ଜାରି ରଖିଛି। ପୀଡିତା ଯେପରି ନ୍ୟାୟ ପାଇବେ ସେଥିଲାଗି ପୁରୀ ପୋଲିସ ପକ୍ଷରୁ ସମସ୍ତ ପ୍ରଚେଷ୍ଟା ଚାଲିଛି ବୋଲି ଏସ୍‌ପି କହିଥିଲେ।
ଅନ୍ୟପଟେ ଅଭିଯୁକ୍ତମାନେ ବ୍ୟବହାର କରିଥିବା କାରକୁ ନେଇ ସାଧାରଣରେ ଉତ୍କଣ୍ଠା ବଢୁଛି। ପୀଡିତାଙ୍କ ବୟାନଙ୍କ ଅନୁଯାୟୀ ସେ ନିମାପଡାରୁ ପୁରୀ ପୋଲିସ କ୍ୱାର୍ଟର୍ସରକୁ ଆସିଥିବା କାରକ ନେଇ ବିବାଦ ଘେରରେ ରହିଛି ପୁରୀ ପୋଲିସ। ବ୍ୟାବହୃତ କାର ଟି କାହାର ଏବଂ ଏହା କେଉଁଠି ଅଛି, ସେ ସମ୍ପର୍କରେ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ପ୍ରଦାନ କରିନାହିଁ। ଘଟଣା ଦିନ ବିଳମ୍ବିତ ରାତିରେ ଗିରଫ ବହିଷ୍କୃତ କନଷ୍ଟେବଲ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀଙ୍କ ଠାରୁ ଗୋଟିଏ ବାଇକ ଓ ସ୍କୁଟି ଜବତ କରାଯାଇଥିବା ନେଇ ମଙ୍ଗଳବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଡିଆଇଜି ଆଶିଷ କୁମାର ସିଂ ସୂଚନା ଦେଇଥିଲେ। ତେବେ ପୀଡିତାଙ୍କ ବୟାନ ଏବଂ ପୋଲିସର ସୂଚନାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଅନ୍ୟପଟେ ଗିରଫ ବହିଷ୍କୃତ କନଷ୍ଟେବଳଙ୍କ ଦ୍ୱିତୀୟ ସ୍ତ୍ରୀ ଗଣବଳତ୍କାର ହୋଇଥିବା ସଂପୃକ୍ତ ପୋଲିସ କ୍ୱାର୍ଟର୍ସରେ ଜିତେନ୍ଦ୍ର ସେକ୍ସ ର଼୍ୟାକେଟ ଚଳାଇ ଆସୁଥିଲେ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏ ନେଇ ଏସ୍‌ପିଙ୍କୁ ପଚାରିବାରେ ସେ ଏହାକୁ ଏଡାଇଦେଇଥିଲେ।

Share