ପୁରୀ ପଞ୍ଜାବୀ ମଠକୁ ସିଲ୍‌ କଲା ପୋଲିସ

ପୁରୀ ଅଫିସ୍‌, ୨।୧୨: ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱରେ ଥିବା ପଞ୍ଜାବୀ ମଠକୁ ସୋମବାର ପୋଲିସ ସିଲ୍‌ କରିଦେଇଛି। ରବିବାର ରାତିରେ ମଠରେ ନିଶାକାରବାର ହେଉଥିବା ଖବର ପାଇ ସୋମବାର ପୋଲିସ ଚଢାଉ କରିଥିଲା। ଚଢାଉ ସମୟରେ ମଠ ପରିସରରେ କୋରେକ୍ସ ବୋତଲ ପଡିଥିବା ଦେଖିବାକୁ ପାଇଥିଲା। ଚଢାଉ ବେଳେ ଜିଲା ମାଜିଷ୍ଟ୍ରେଟ ଏବଂ ସିଟି ଡିଏସପି ଉପସ୍ଥିତ ଥିଲେ। ଏଠାରେ ଦୀର୍ଘ ବର୍ଷ ଧରି ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ବିକ୍ରି ହେଉଥିବା ଜାଣିବା ପରେ ପୋଲିସ ଏହାକୁ ସିଲ୍‌ କରିଦେଇଛି। ମଠ ପରିସରରେ ରହୁଥିବା ଲୋକଙ୍କୁ ବାହାର କରିଦେବା ପାଇଁ ପୋଲିସ ଉଦ୍ୟମ ଚଳାଇଛି।