ଭୁବନେଶ୍ୱର,୫।୧(ବ୍ୟୁରୋ): ନିୟମିତ ଟ୍ରେନ୍ରେ ମାତ୍ରାଧିକ ଭିଡ଼ ଯୋଗୁ ପୁରୀଠାରୁ ବାରିପଦାର ଭଞ୍ଜପୁରକୁ ଏକ ସ୍ପେଶାଲ ସାପ୍ତାହିକ ଟ୍ରେନ୍ ଚାଲିବ। ପ୍ରତୀକ୍ଷା ତାଲିକା (ଓ୍ବେଟିଂ ଲିଷ୍ଟ)ରେ ରହୁଥିବା ଟିକେଟଧାରୀଙ୍କୁ ଏହି ସ୍ପେଶାଲ ଟ୍ରେନରେ ନିଶ୍ଚିତ ଟିକେଟ ସୁବିଧା ମିଳିପାରିବ। ଏହି ପୁରୀ-ଭଞ୍ଜପୁର ସ୍ପେଶାଲ(୦୮୦୯୨) ଟ୍ରେନ ୩୧ ଜାନୁୟାରୀ ପର୍ଯ୍ୟନ୍ତ ଚଳାଚଳ କରିବ। ଏହା ପ୍ରତି ଶୁକ୍ରବାର ପୁରୀଠାରୁ ରାତି ୧୧ଟା ୫୫ରେ ଛାଡ଼ି ଶନିବାର ସକାଳ ୬ଟା ୫୦ରେ ଭଞ୍ଜପୁରରେ ପହଞ୍ଚତ୍ବ। ସେହିପରି ଭଞ୍ଜପୁରରୁ ପ୍ରତି ଗୁରୁବାର ରାତି ୧୧ଟା ୫୦ରେ ଛାଡ଼ି ଶୁକ୍ରବାର ସକାଳ ୭ଟାରେ ପୁରୀରେ ପହଞ୍ଚତ୍ବ। ଏଥିରେ ଗୋଟିଏ ସ୍ଲିପର କୋଚ୍ ଓ ୭ ଦ୍ୱିତୀୟ ଶ୍ରେଣୀ ଚେୟାର କାର୍ ରହିଛି। ପୁରୀ-ଭଞ୍ଜପୁର ମଧ୍ୟରେ ଖୋର୍ଦ୍ଧାରୋଡ଼, ଭୁବନେଶ୍ୱର, ନରାଜ ମାର୍ଥାପୁର, ଯାଜପୁର-କେଉଁଝର ରୋଡ଼, ଭଦ୍ରକ, ସୋର, ବାଲେଶ୍ୱର, ରୂପ୍ସା, ବେତନଟୀ ଓ ବାରିପଦାରେ ରହଣି କରିବ।