ପୁରୀ ବେଳାଭୂମିରେ ବୃହତ୍‌ ଥ୍ରୀଡି ବାଲୁକା ସାନ୍ତା କ୍ଲଜ: ଗୋ ଗ୍ରୀନ୍‌ର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ

ପୁରୀ ଅଫିସ, ୨୪ା୧୨: ପବିତ୍ର ବଡ଼ଦିନ ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରସ୍ତୁତ କରିଛନ୍ତି ବୃହତ୍‌ ଥ୍ରୀଡି ବାଲୁକା ସାନ୍ତାକ୍ଲଜ। ଖ୍ରୀଷ୍ଟମାସ ଅବସରରେ ପରିବେଶକୁ ସୁସ୍ଥ ରଖିବା ସହ ବିଶ୍ୱବାସୀଙ୍କୁ ସେ ଗୋ ଗ୍ରୀନର ବାର୍ତ୍ତା ଦେଇଛନ୍ତିି। ଏଥିସହ ବଡ଼ଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତିି। ତେବେ ଏଥର ନିଆରା ହେଉଛି ବେଳାଭୂମିର ସମତଳ ବାଲିରେ ଏହାକୁ ପ୍ରସ୍ତୁତ କରିଛନ୍ତି ସୁଦର୍ଶନ।

ଚଳିତ ବର୍ଷ ମେ ଫେୟାର ପଛ ପାର୍ଶ୍ୱ ବେଳାଭୂମିରେ ପ୍ରାୟ ୨୫୦୦ ବର୍ଗ ଫୁଟ ଜାଗାରେ ସେ ଏହି ଥ୍ରୀଡି ବାଲୁକା ସାନ୍ତା ତିଆରି କରିଛନ୍ତିି। ଏଥିରେ ସୁଦର୍ଶନଙ୍କୁ ତାଙ୍କ ସ୍ୟାଣ୍ଡ ଆର୍ଟ ସ୍କୁଲର ୪୦ ଜଣ ଛାତ୍ରୀଛାତ୍ର ସହଯୋଗ କରିଛନ୍ତିି। ଏହାକୁ ପ୍ରସ୍ତୁତ କରିବା ଲାଗି ପ୍ରାୟ ୧୦ ଘଣ୍ଟା ସମୟ ଲାଗିଥିବା ବେଳେ ଏହାକୁ ଆକର୍ଷଣୀୟ କରିବା ଲାଗି ରଙ୍ଗିନ ବାଲି ବ୍ୟବହାର କରାଯାଇଛିି। ପାହାଡ଼ ଉପରେ ଏକ ବିଶାଳ ସାନ୍ତା ଛିଡା ହୋଇଥିବାବେଳେ ହାତରେ ଖ୍ରୀଷ୍ଟମାସ ଟ୍ରି ଧରିଛନ୍ତିି। ଏହା ଏପରି ପ୍ରସ୍ତୁତ କରାଯାଇଛି ଯେ ପ୍ରତ୍ୟେକଙ୍କୁ ସାନ୍ତା ଖ୍ରୀଷ୍ଟମାସ ଟ୍ରି ପ୍ରଦାନ କରି ପରିବେଶକୁ ସୁସ୍ଥ ଓ ସବୁଜ ରଖିବାର ବାର୍ତ୍ତା ଦେଉଛନ୍ତିି। ସାନ୍ତାର ତଳେ ଖ୍ରୀଷ୍ଟମାସ ଟ୍ରି କରାଯାଇଥିବାବେଳେ ଗୋ ଗ୍ରୀନ୍‌ ଏବଂ ଖ୍ରୀଷ୍ଟମାସ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ରହିଛିି। ବହୁ ସଂଖ୍ୟାରେ ପର୍ଯ୍ୟଟକ ଏହାକୁ ଦେଖୁଛନ୍ତିି।

Share