ପୁରୀ ବେଳାଭୂମି ଖାଲିକଲା ପୋଲିସ

ପୁରୀ ଅଫିସ,୧୬।୩: ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଯାଇଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ପୁରୀ ବେଳାଭୂମିକୁ ଖାଲିକରିଛି ପୋଲିସ। ବେଳାଭୂମିକୁ ନ ଯାଇ ପର୍ଯ୍ୟଟକମାନଙ୍କୁ ହୋଟେଲ ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ବେଳାଭୂମିରେ ଥିବା ଉଠାଦୋକାନଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି। ତେବେ ପ୍ରଶାସନର ନିର୍ଦ୍ଦେଶକୁ ମାନି ଶଙ୍ଖମାଳି ବ୍ୟବସାୟୀ, ଫାଷ୍ଟଫୁଡ ଦୋକାନୀ ମଧ୍ୟ ସେମାନଙ୍କ ପସରା ବନ୍ଦ କରିଦେଇଛନ୍ତି। ପର୍ଯ୍ୟଟକମାନେ ବେଳାଭୂମି ଛାଡିଥିବାରୁ ଏହା ଶୂନ୍‌ଶାନ ହୋଇଯାଇଛି।

Share