ପୁରୀ ଭୋଟ ଗଣତିରେ ବିଳମ୍ବ

ପୁରୀ ଅଫିସ.୨୩।୫: ପ୍ରଶାସନିକ ଅବହେଳା ପାଇଁ ପୁରୀରେ ଭୋଟ ଗଣତି ବିଳମ୍ବ ହୋଇଛି। ବାତ୍ୟାରେ ଇଭିଏମ ଏବଂ ଭିଭିପାଟର ସୁରକ୍ଷା ପାଇଁ ଷ୍ଟ୍ରଙ୍ଗ ରୁମରେ ଏକ ଅସ୍ଥାୟୀ କାନ୍ଥ ତିଆରି କରାଯାଇଥିଲା। କିନ୍ତୁ ସେହି କାନ୍ଥ ଭାଙ୍ଗିବା ପାଇଁ ବିଳମ୍ବ ହେବାରୁ ଗଣତିରେ ବିଳମ୍ବ ହୋଇଥିବା ଜଣାପଡ଼ିଛି। ସକାଳ ୮ଟା ସମୟରେ ଗଣତି ସମୟ ଧାର୍ଯ୍ୟ ହୋଇଥିବା ବେଳେ ସେହି ଅସ୍ଥାୟୀ କାନ୍ଥ ଭଙ୍ଗା ଚାଲିଥିବାରୁ ଗଣତି ବିଳମ୍ବ ହୋଇଥିବା ଜଣାପଡ଼ିଛି।

Share