ପୁରୀ ଅଫିସ,୫।୪: ପୁରୀ ସହରର ୩ଟି ଯାକ ପରିବା ମାର୍କେଟ ବନ୍ଦ କରିଦେଲା ଜିଲା ପ୍ରଶାସନ। କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା ଲାଗି ପ୍ରଶାସନ ବାରମ୍ବାର ଜନସାଧାରଣଙ୍କୁ ସଚେତନ କରିଥିଲା। ବିଶେଷକରି ସହରର ତିନୋଟି ପରିବା ମାର୍କେଟକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବ୍ୟବସାୟୀ ଓ ଗ୍ରାହକ କିପରି ସାମାଜିକ ଦୂରତା ରକ୍ଷା କରିବେ ସେଥିପାଇଁ ପ୍ରତ୍ୟେକ ଦୋକାନ ସମ୍ମୁଖରେ ଧଳା ବୃତ୍ତ କରାଯାଇଥିଲା। କିନ୍ତୁ ଅନେକ ସମୟରେ ଗହଳି ହେଉଥିବା ଫଳରେ ପ୍ରଶାସନ ବଡ଼ଶଙ୍ଖ, ମାର୍କେଟ ଛକ ଏବଂ ଲକ୍ଷ୍ମୀ ବଜାର ପରିବା ମାର୍କେଟକୁ ବୁଧବାର ପୂର୍ବାହ୍ନରୁ ଆସନ୍ତା ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବନ୍ଦ କରିଦେଇଛି। ଏହି ସମୟରେ ପରିବା ବ୍ୟବସାୟୀ ଠେଲା ଗାଡ଼ିରେ ସାହି ଗଳିରେ ପରିବା ବିକ୍ରି କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

‘ପରିବେଶକୁ ଯୁବପିଢ଼ି ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ’
ଭୁବନେଶ୍ୱର,୧୧ା୪: ଜଳବାୟୁ ପରିବର୍ତ୍ତନ ଏବେ ସମଗ୍ର ଦେଶ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ପରିବେଶର ସୁରକ୍ଷା ପାଇଁ ଅନେକ କ୍ଷେତ୍ରରେ ପଦକ୍ଷେପ ନିଆଯାଉଥିବାବେଳେ, ‘ଧରିତ୍ରୀ’...

ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସାଇକେଲ୍ରେ ବିଶ୍ୱ ଭ୍ରମଣ କରୁଛନ୍ତି ଜୋଜୋ ଦାଦା
ଭୁବନେଶ୍ୱର,୧୦।୪: କେବଳ ଦେଶ ନୁହେଁ ବିଦେଶକୁ ସାଇକେଲରେ ଭ୍ରମଣ କରୁଛନ୍ତି ପଶ୍ଚିମବଙ୍ଗ ଲାଲଗୁଲା ମୁର୍ଶିଦାବାଦର ପ୍ରସନଜିତ୍ ଦାସ। । ଲୋକେ ତାଙ୍କୁ ଜୋଜୋ ଦାଦା ବୋଲି...

ବଳାତ୍କାରୀଙ୍କୁ ୨୦ବର୍ଷ ଜେଲ
ସମ୍ବଲପୁର,୧୦ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅଞ୍ଚଳରେ ୨୦୨୩ରେ ଘଟିଥିବା ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସମ୍ବଲପୁର ପୋକ୍ସୋ ଅଦାଲତ...

ବ୍ୟାଙ୍କ କର୍ମଚାରୀ ନିଯୁକ୍ତିରେ ଏକ ବଡ଼ଧରଣର ଜାଲିଆତି: ଜଣେ କର୍ମଚାରୀ ନିଲମ୍ବିତ
ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ସମ୍ବଲପୁର ଜିଲା ସମବାୟ କେନ୍ଦ୍ର (ଏସ୍ଡ଼ିସିସି) ବ୍ୟାଙ୍କ କର୍ମଚାରୀ ନିଯୁକ୍ତିରେ ଏକ ବଡ଼ଧରଣର ଜାଲିଆତି ଅଭିଯୋଗ ହୋଇଛି। ଅତାବିରା ବିଧାୟକ ନିହାର...

ହ୍ୱାଟ୍ସଆପ୍ ଚାଟିଂ ଖୋଲିବ କନଷ୍ଟେବଳ ଯଶୋଦା ଦାସଙ୍କ ମୃତ୍ୟୁର ରହସ୍ୟ
ବାଲେଶ୍ୱର,୧୦।୪: ମୃତ ମହିଳା କନଷ୍ଟେବଳ ଯଶୋଦା ଦାସଙ୍କ ମୃତ୍ୟୁର ରହସ୍ୟ ଖୋଲିବ ତାଙ୍କ ହ୍ୱାଟ୍ସଆପ୍ ଚାଟିଂ। ଏହି ରହସ୍ୟମୟ ମୃତ୍ୟୁକୁ ଭେଦ କରିବାରେ ପୋଲିସକୁ ତାଙ୍କ...

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର
ଭୁବନେଶ୍ୱର,୧୦।୪: ଗୁରୁବାର ଓଡ଼ିଶା ସରକାର ଭାରତୀୟ ପ୍ରଶାସନିକ ସେବା (IAS) କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ତଦନୁସାରେ, ବର୍ତ୍ତମାନ ଗୃହ ବିଭାଗର ସ୍ୱତନ୍ତ୍ର...

ନକଲି ସାର୍ଟିଫିକେଟ ଦେଇ ଚାକିରି! ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଖୋଳତାଡ଼
ବରଗଡ଼,୧୦।୪: ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗରେ ବରଗଡ଼ ସହରରେ ଥିବା ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଖୋଳତାଡ଼ ଆରମ୍ଭ ହୋଇଛି। ଏଥିରେ ଜଣେ...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ଜୁନିୟର ବାଳକ ହ୍ୟାଣ୍ଡବଲ ଚାମ୍ପିୟନଶିପ୍ରେ ଦେଲେ ଯୋଗ
କେନ୍ଦୁଝର,୧୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରଠାରୁ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ...