ଛେଣ୍ଡିପଦା,୨୩।୯(ଡି.ଏନ.ଏ.) ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ପଞ୍ଚାୟତ ପୁରୁଣାଗଡ ପୁରୁଣାସାହି ଠାରୁ ବରସାହି ପର୍ଯ୍ୟନ୍ତ ପ୍ରାୟ ୧ କିମି ଗ୍ରାମ କଂକ୍ରିଟ ରାସ୍ତା ରକ୍ଷଣାବେକ୍ଷଣ ଅଭାବରୁ ଖାଲଖମା ହୋଇପଡିଛି। ଫଳରେ ଜନ ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପ୍ରାୟ ୧୦ ବର୍ଷ ତଳେ ଏହି ରାସ୍ତା ବ୍ଲକ ପ୍ରଶାସନ ପକ୍ଷରୁ କଂକ୍ରିଟ ରାସ୍ତା ରୂପେ ନିର୍ମାଣ କରାଯାଇଥିଲା। ମାତ୍ର ଅତ୍ୟନ୍ତ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ଏହା ଦୀର୍ଘ ସ୍ଥାୟୀ ହୋଇପାରି ନାହିଁ। ଫଳରେ ଏପରି ସମସ୍ୟା ସୃଷ୍ଟି ହୋଇଛି। ସେହିପରି ଏହି ରାସ୍ତାର ଉଭୟପାର୍ଶ୍ୱରେ ଡ୍ରେନ ନିର୍ମାଣ କରାଯାଉ ନ ଥିବା ଯୋଗୁ ଅଧିକାଂଶ ଲୋକଙ୍କ ଘର ଭିତରକୁ ବର୍ଷା ପାଣି ପଶିଯାଉଛି। ଏପରିକି ରାସ୍ତା ଉପରେ ମଧ୍ୟ ବର୍ଷା ପାଣି ସାଙ୍ଗକୁ ଆବର୍ଜନା ପାଣି ଜମି ରହୁଛି। ଲୋକମାନେ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ କରିବା ପାଇଁ ସମାଜିକ କର୍ମୀ ରୋହିତ କୁମାର ସାହୁ ସ୍ଥାନୀୟ ବ୍ଲକ ପ୍ରଶାସନ ନିକଟରେ ଦାବି କରିଛନ୍ତି।