Posted inଫୁରସତ

ପୁରୁଣା ବସ୍‌ରେ ସୁଇମିଂ ପୁଲ୍‌, ମଜା ଉଠାଉଛନ୍ତି ଲୋକେ

ଫ୍ରାନ୍ସର ବେଟୁନ୍‌ ସହରର ବିଭିନ୍ନ ସ୍ଥାନରେ ପୁରୁଣା ବସଗୁଡ଼ିକରେ ସୁଇମିଂ ପୁଲ୍‌ କରାଯାଇଛି। ଏଥିରେ ଲୋକେ ସ୍ନାନ କରିବା ସହ ବେଶ୍‌ ମଜା ଉଠାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଫ୍ରାନ୍ସରେ କିଛିଦିନ ତଳେ ପ୍ରବଳ ଗରମ ପଡ଼ିଥିଲା। ଏପରିକି ତାପମାତ୍ରା ରେକର୍ଡ ଭାଙ୍ଗିଥିଲା। ଗରମରୁ ରକ୍ଷା ପାଇବା ପାଇଁ ପ୍ରଶାସନ ସ୍ଥାନେ ସ୍ଥାନେ ସୁଇମିଂ ପୁଲ୍‌ କରିଛନ୍ତି। ତାହା ପୁଣି ପୁରୁଣା ବସ୍‌ରେ। ଆର୍ଟ କାମ ବଢ଼ାଇବା ସହ ପୁରୁଣା ସାମଗ୍ରୀ ପୁନର୍ବାର ବ୍ୟବହାର କରାଯିବାକୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶାସନ କହିଛି। ଏପରିକି ଜୁନ୍‌ ଶେଷ ସପ୍ତାହରେ ଫ୍ରାନ୍ସରେ ତାପମାତ୍ରା ୪୫ ଡିଗ୍ରୀ ସେଲ୍‌ସିୟସ ଉପରେ ଥିଲା। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଏଠାରେ ୪୦ ଡିଗ୍ରୀ ତାପମାତ୍ରା ସହିବା ଲୋକଙ୍କ ପକ୍ଷେ ଅସମ୍ଭବ ହୋଇ ପଡୁଥିବାବେଳେ ୪୫ ଡିଗ୍ରୀ ତାପମାତ୍ରା ଜୀବଜଗତକୁ ଏକପ୍ରକାର ଜଳାଇ ଦେଇଥିଲା। ଏଥିରୁ ରକ୍ଷା ପାଇଁ ପ୍ରଶାସନ ସହରର ଯେଉଁ ସ୍ଥାନରେ ସୁଇମିଂ ପୁଲ୍‌ ନାହିଁ ସେଠି ପୁରୁଣା ବସରେ ସୁଇମିଂ ପୁଲ୍‌ ତିଆରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ରୋଶନି ନାଦର, ହେଲେ ବିଶ୍ୱର ୫ମ ଧନୀ ମହିଳା, ଜାଣନ୍ତୁ ତାଙ୍କ ସମ୍ପତ୍ତିର ମୂଲ୍ୟ

ନୂଆଦିଲ୍ଲୀ,୨୭।୩: ସମ୍ପ୍ରତି, HCL ଗ୍ରୁପ ପ୍ରତିଷ୍ଠାତା ଶିବ ନାଦର ଏଚସିଏଲ କର୍ପ ଏବଂ ଭାମା ଦିଲ୍ଲୀରେ ତାଙ୍କର ୪୭ ପ୍ରତିଶତ ଅଂଶଧନ ତାଙ୍କ ଝିଅ ରୋଶନି...

ବ୍ରିଜ ଉପରେ ଷ୍ଟଣ୍ଟ କରୁଥିଲେ ଯୁବତୀ, ହଠାତ୍‌ ଖସିଗଲା ହାତ, ଭିଡିଓ ହେଉଛି ଭାଇରାଲ

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ସୁନ୍ଦରୀ ଯୁବତୀ କାଠ ପୋଲ ଉପରେ ଷ୍ଟଣ୍ଟ କରୁଥିବାର ଦେଖାଯାଉଛି।...

ବ୍ୟାଙ୍କ୍‌ରୁ Loan ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ, କିଏ ପ୍ରତିଶୋଧ କରନ୍ତି ଟଙ୍କା: ଜାଣନ୍ତୁ କ’ଣ ଅଛି ନିୟମ

ନୂଆଦିଲ୍ଲୀ,୨୭।୩: ଆଜିକାଲି ଆବଶ୍ୟକତା ପୂରଣ କରିବା ପାଇଁ Loan ବା ଋଣ ନେବାର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସାଧାରଣତଃ ଲୋକମାନେ ଘର କିମ୍ବା...

ପାକିସ୍ତାନରେ ଚାଇନା କଲ୍‌ ସେଣ୍ଟରକୁ ଲୁଟିନେଲେ; କିଏ କମ୍ପ୍ୟୁଟର ତ କିଏ ଚେୟାର; ଭାଇରାଲ Video ଦେଖିଲେ.. 

ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଘଟିଥିବା ଏକ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। କୌଣସି ବଲିଉଡ ଚଳଚ୍ଚିତ୍ରର ଦୃଶ୍ୟ ଭଳି ପ୍ରଥମେ ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (FIA)...

ମା’ଙ୍କ ମନ୍ଦିରକୁ ଏକାଠି ଯିବା ମନା

ମନ୍ଦିର ହେଉଛି ଏକ ଧାର୍ମିକ ଅନୁଷ୍ଠାନ। ଏଠାରେ ପୂଜାପାଠ କଲେ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ସେଥିପାଇଁ ଆମ ଦେଶରେ ପ୍ରତି...

ଡ୍ରୋନ୍‌ ଆଣିଲା ବରଣମାଳା

ନୂଆଦିଲ୍ଲୀ: ସାଧାରଣତଃ ବିବାହରେ ବରଣମାଳା ପିନ୍ଧାଇବାର ଏକ ସ୍ବତନ୍ତ୍ର ନୀତି ରହିଥାଏ। ଏବେକାର ବିବାହରେ ରୀତିନୀତିକୁ କମ୍‌ ଗୁରୁତ୍ୱ ଦିଆଯାଇ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର...

ସବୁଠୁ ଛୋଟ ଛେଳି: ସବୁଠୁ ଛୋଟ ଛେଳି: ଉଚ୍ଚତା ଜାଣିଲେ …

ଥିରୁଭାନନ୍ତପୁରମ:କେରଳର ପିଟର ଲେନୁ ନାମକ ଜଣେ କୃଷକ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର କରୁମ୍ବୀ ନାମକ ଏକ ପୋଷା ଛେଳି ଗିନିଜ୍‌ ୱାଲର୍‌ଡ ରେକର୍ଡ (ଜିଡବ୍ଲ୍ୟୁଆର୍‌)ରେ...

ବାହାରୁ ମାଟି ଘର, ଭିତରେ ୫ ତାରକା ହୋଟେଲ ଭଳି ଦୃଶ୍ୟ; ଭାଇରାଲ Video ଦେଖିଲେ ଉଡିଯିବ ହୋସ

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ବିଶ୍ୱାସ କରିବା କଷ୍ଟକର ମନେ ହୋଇଥାଏ। ଏହି କ୍ରମରେ ଏବେ ଏକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image