ପୁରୁଣା ବୃତ୍ତି: ଅଲୋଡ଼ା ହୋଇ ବି ପୋଷୁଛି ପେଟ

କେନ୍ଦୁଝର, ୧୧ା୧ (ସ୍ବ.ପ୍ର.) ଆଗରୁ ଗ୍ରାମାଞ୍ଚଳରେ ଥିଲା କମାର ଶାଳ । ଲୋକେ ଛୁରି, ପନିକି, କଟୁରି, ଦା, କୋଦାଳ, ଟାଙ୍ଗିଆ ଆଦି କମାର ଶାଳରେ ପ୍ରସ୍ତୁତ କରିବା ସହ ଧାର କରିବା କାମ କରୁଥିଲେ। ଏବେ ଆଧୁନିକ ସଭ୍ୟତାରେ ଏସବୁ ସାମଗ୍ରୀ ହାଟ ବଜାରରେ ସୁବିଧାରେ ମିଳୁ ଥିବାରୁ ଗାଁଗଣ୍ଡାରେ କମାର ଶାଳ ଅଲୋଡା ହୋଇ ଧୀରେ ଧୀରେ ଲୋପ ପାଇବାକୁ ବସିଛି । ଆଗରୁ କମାର ଶାଳ ଚଳାଇ ଜୀବନ ନିର୍ବାହ କରୁଥିବା ସମ୍ପ୍ରଦାୟର ଲୋକେ ଏବେ ବୃତ୍ତିହରା ହୋଇ ଅନ୍ୟ ପନ୍ଥା ଦେଖିଲେଣି। ହେଲେ ମଧ୍ୟପ୍ରଦେଶର କମାର ସମ୍ପ୍ରଦାୟର ଯାଯାବର ଲୋକେ ଓଡ଼ିଶାକୁ ଆସି ଭ୍ରାମ୍ୟମାଣ କମାର ଶାଳ କରି ପେଟ ପୋଷିବା ଦେଖାଯାଉଛି। ସେମାନେ ହାତୁଡି ଧରି ଲୁହାକୁ ନିଆଁରେ ଗରମ କରି ପିଟି ପିଟି ସେଥିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ପରେ ସେମାନେ ଏହି ସାମଗ୍ରୀକୁ ନେଇ ବିଭିନ୍ନ ଗାଁଗଣ୍ଡା ଓ ହାଟ ବଜାର ବୁଲି ବିକ୍ରି କରୁଛନ୍ତି। ଏହି ଯାଯାବର ସମ୍ପ୍ରଦାୟର ଉଭୟ ମହିଳା ଓ ପୁରୁଷ ମିଶି ଏହି ବେପାର କରୁଛନ୍ତି। କେନ୍ଦୁଝର ଜିଲାକୁ ଆସିଥିବା କମାର ସମ୍ପ୍ରଦାୟର ଯାଯାବର ଲୋକେ ସଦର ବ୍ଲକ ଅଧୀନ ପଦ୍ମପୁରରେ ରହି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରିବଟା କରୁଛନ୍ତି।
ମଧ୍ୟପ୍ରଦେଶରୁ ଆସିଥିବା ଏହି ସମ୍ପ୍ରଦାୟର ଲୋକେ ଖୁବ୍‌ ପରିଶ୍ରମୀ । ତମ୍ବୁ ଓ ପାଲ ଟାଣି ଅସ୍ଥାୟୀ ଘରେ ରହିଥାନ୍ତି। ସେମାନେ ବିଭିନ୍ନ ଅଞ୍ଚଳ ବୁଲି ପୁରୁଣା ଓ ପରିତ୍ୟକ୍ତ ଲୌହ ସାମଗ୍ରୀ ସଂଗ୍ରହ କରନ୍ତି। ପରେ ହାତକଳ ଚୁଲା ନିଆଁରେ ଏହାକୁ ଗରମ କରି ହାତୁଡିରେ ପିଟି ବିଭିନ୍ନ ଉପକରଣ ପ୍ରସ୍ତୁତ କରିଥାନ୍ତି। ମହିଳାମାନେ ମଧ୍ୟ ପୁରୁଷଙ୍କ ଭଳି ହାତୁଡି ଧରି ଏହି କାମ କରିଥାନ୍ତି। ପରେ ସେମାନେ ଏହାକୁ ନେଇ ଗାଁ ଗାଁ ବୁଲି ବିକ୍ରି କରିଥାନ୍ତି। ପଦ୍ମପୁରରେ ଲୁହା ସମାଗ୍ରୀ ତିଆରି କରି ବିକ୍ରି କରୁଥିବା ମାନସୀ ନାମ୍ନୀ ଜଣେ ମହିଳା କହିଛନ୍ତି, ‘ଆମ ଘର ମଧ୍ୟପ୍ରଦେଶରେ। ପ୍ରତି ବର୍ଷ ନିର୍ଦ୍ଦିଷ୍ଟ ସମୟରେ ଆସି ଏସବୁ ଜିନିଷ ବିକି ଚଳୁଛୁ। କେନ୍ଦୁଝର ସମେତ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଇଥାଉ । ବର୍ଷକୁ ପ୍ରାୟ ୮ ମାସ ବାହାରେ ବେପାର କରି ପରେ ଗାଁକୁ ଫେରୁ । ଦୈନିକ ପାଖାପାଖି ପ୍ରାୟ ୫୦୦ରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ବିକିଥାଉ । ଖରା ବର୍ଷା, ଶୀତ କାକରରେ ଟେଣ୍ଟ ତଳେ ମୁଣ୍ଡଗୁଞ୍ଜି ରହୁ। ଟେଣ୍ଟ ବାହାରେ ରୋଷେଇ କରିଥାଉ।’ କେବଳ ମାନସୀ ନୁହନ୍ତି, ଏହି ସମ୍ପ୍ରଦାୟର ସବୁ ଯାଯାବର ଲୋକେ ବିଭିନ୍ନ ଅଞ୍ଚଳରେ ହଜି ଯାଉଥିବା ପାରମ୍ପରିକ ବୃତ୍ତିକୁ ବଞ୍ଚାଇ ରଖି କିଭଳି ଆତ୍ମନିର୍ଭରଶୀଳ ହେବାକୁ ସଂଘର୍ଷ କରୁଛନ୍ତି, ତାହା ଦେଖିଲେ ବିସ୍ମୟ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ ପୂର୍ବରୁ ପୋଲିସ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇନେଇଛି। କର୍ମୀମାନେ କଳା ଡ୍ରେସ୍‌ ପିନ୍ଧି ବିକ୍ଷୋଭ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ମୋଦିଙ୍କ ଜନ୍ମଦିନକୁ ବିରୋଧ କରି ଚା’ ବିକିଲେ ଯୁବ କଂଗ୍ରେସ

କେନ୍ଦୁଝର,୧୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶରେ ହୁ ହୁ ହୋଇ ଶିକ୍ଷିତ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଯାହାକି ଯୁବତୀ, ଯୁବକମାନଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି।...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଧାନ ବସ୍ତାରେ ଥିବା ଟଙ୍କା ଖାଇଗଲେ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ...

ସବୁଠି ଦେବଶିଳ୍ପୀଙ୍କୁ ଆହ୍ବାନ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଖଣି ଖାଦାନ ଜିଲା ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ...

ବ୍ରିଜ୍‌ ଉପରେ ୪ ଫୁଟର ପାଣି, କେନ୍ଦୁଝର-ମୟୂରଭଞ୍ଜକୁ ଯୋଗାଯୋଗ ବିଚ୍ଛିନ୍ନ

ପାଟଣା,୧୬ା୯(ବୀରକିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଦାମାହୁଦା ପଞ୍ଚାୟତ କୁମୂଳା ବାହାଳୀ ଓ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ...

‘ସୁଭଦ୍ରା ଯୋଜନାରେ ମହିଳାମାନେ ଠକାମିର ଶିକାର ନ ହୁଅନ୍ତୁ’

କେନ୍ଦୁଝର,୧୫।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ପ୍ରତ୍ୟେକ ମହିଳା ହେବେ ସ୍ବାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri