Categories: ଖେଳ

ପୁରୁଣା ମୋବାଇଲ ଫୋନରେ ବିରାଟ କୋହଲିଙ୍କ ଚିତ୍ର ପ୍ରସ୍ତୁତ କଲେ ଫ୍ୟାନ୍‌

ଗୁଆହାଟୀ,୫।୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ। ମାତ୍ର ୩୦ ବର୍ଷ ବୟସରେ ସେ କ୍ରିକେଟର ଅନେକ ରେକର୍ଡ ଭାଙ୍ଗିସାରିଲେଣି। କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ଦେଶ ବାହାରେ ମଧ୍ୟ ଅଛନ୍ତି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ କୋହଲିଙ୍କ ଜଣେ ‘ବିରାଟ’ ଫ୍ୟାନ୍‌ଙ୍କୁ ଦେଖିବାକୁ ମିଳିଛି। ରାହୁଲ ପାରେଖ ନାମକ ଜଣେ ଯୁବକ କୋହଲିଙ୍କ ବଡ ଫ୍ୟାନ୍‌। ପୁରୁଣା ମୋବାଇଲ ଫୋନ ବ୍ୟବହାର କରି ସେ କୋହଲିଙ୍କ ଏକ ଚିତ୍ର ପ୍ରସ୍ତୁତ କରିଛନ୍ତି। ଏହି ଚିତ୍ର କରିବା ପାଇଁ ତାଙ୍କୁ ୩ ଦିନ ସମୟ ଲାଗିଥିଲା। କୋହଲି ଏହି ଫ୍ୟାନ୍‌ଙ୍କ ଦ୍ୱାରା ବେଶ୍‌ ପ୍ରଭାବିତ ହୋଇ ତାଙ୍କୁ ଅଟୋଗ୍ରାଫ୍‌ ଦେଇଥିଲେ। ବିସିସିଆଇ କୋହଲି ଏବଂ ରାହୁଲଙ୍କ ସାକ୍ଷାତକାରର ଏକ ଭିଡିଓ ର୍ଟୁଇଟରରେ ଶେୟାର କରିଛି। ପୁରୁଣା ମୋବାଇଲ ଫୋନ୍‌ ଏବଂ ତାର ମିଶାଇ ରହୁଲ ଏହି ଚିତ୍ର ପ୍ରସ୍ତୁତ କରିଛନ୍ତି।

Share