ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଅଧିକ ହୋଇଥାଏ ଏହି ରୋଗ

ସିଷ୍ଟମିକ୍‌ ଲ୍ୟୁପସ୍‌ ଏରିଥୋମେଟୋସସ୍‌(ଏସ୍‌ଏଲ୍‌ଇ) ଏକ ଅଟୋ ଇମିନ୍ୟୁ ରୋଗ। ଯେଉଁଥିରେ ସ୍ବାସ୍ଥ୍ୟ ଖରାପ ହେବା ସହ ରୋଗର ସକ୍ରିୟତା ଅଲଗା ଅଲଗା ହୋଇଥାଏ। ଏହି ରୋଗ ହେଲେ ହାର୍ଟ, ଫୁସ୍‌ଫୁସ୍‌ ଏବଂ ମସ୍ତିଷ୍କ ପ୍ରଭାବିତ ହେବା ସହ ଜୀବନ ପ୍ରତି ବିପଦ ଆଶଙ୍କା ରହିଥାଏ। ଭାରତରେ ଏହି ରୋଗ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ୩୦ ଜଣଙ୍କୁ ହୋଇଥାଏ। ବିଶେଷକରି ପୁରୁଷଙ୍କଠାରୁ ମହିଳାଙ୍କୁ ଏହି ରୋଗ ଅଧିକ ହୋଇଥାଏ।
ହାର୍ଟ କେୟାର ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆର ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, ଏସ୍‌ଏଲ୍‌ଇ ଏକ ସ୍ବପ୍ରତୀକ୍ଷିତ ଅର୍ଥାତ୍‌ ଅଟୋଇମ୍ୟୁନ ରୋଗ। ପ୍ରତିରକ୍ଷା ପ୍ରଣାଳୀରେ ସଂକ୍ରାମକ ଏଜେଣ୍ଟ, ବ୍ୟାକ୍ଟେରିଆ ଏବଂ ବାହ୍ୟ ଜୀବାଣୁ ଏହାର ବାହକ। ବିଦେଶୀ ସଂକ୍ରାମକ ଏଜେଣ୍ଟ ସୁସ୍ଥ ଅନ୍ତ ଏବଂ ଅଙ୍ଗରେ ସଂକ୍ରମିତ ହୋଇଥାଏ। ମୁଖ୍ୟତଃ ସୂର୍ଯ୍ୟ କିରଣ, ସଂକ୍ରମଣ ଏବଂ ଆଣ୍ଟି ସିଜର ରୋଗର କାରଣ।
ରୋଗର ଲକ୍ଷଣ:
ଥକ୍କା ଲାଗିବା, ଗଣ୍ଠି ଦରଜ, ଦେହହାତ ଦରଜ, ଗାଲ ଏବଂ ନାକରେ ଛୋଟଛୋଟ ଫଳି ଯିବା, କେଶ ଝଡ଼ିବା, ଆନେମିଆ, ହାତ ଏବଂ ପାଦ ଆଙ୍ଗୁଠି ଥଣ୍ଡା ଲାଗିବା ଆଦି ଲକ୍ଷଣ ଦେଖାଯାଇଥାଏ। ଏସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଏହି ରୋଗରୁ ମୁକ୍ତି ପାଇବାକୁ ହେଲେ ସୂର୍ଯ୍ୟଙ୍କ କିରଣରୁ ଦୂରେଇ ରହିବା ଉଚିତ୍‌। ଧୂମପାନଠାରୁ ଦୂରେଇ ରହିବା ଆବଶ୍ୟକ। ଆଇରନ୍‌ ଏବଂ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ପ୍ରଚୁର ପରିମାଣରେ ଖାଇବା ଉଚିତ୍‌।