ପୁରୁଷୋତ୍ତମପୁରରେ ଜଗନ୍ନାଥଙ୍କ ନବଯୌବନ ଦର୍ଶନ ଲାଗି ଭିଡ଼

ପୁରୁଷୋତ୍ତମପୁର, ୨।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରଗୁଡ଼ିକରେ ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼ ଜମିଛି। ଥାନା ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ମହାପ୍ରଭୁ ଜଗନ୍ନାଥ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏଥିଲାଗି ଥାନା ପରିସରରେ ଭକ୍ତଙ୍କ ଭିଡ଼ ଜମିଛି। ସେହିପରି ରଥସାହି ଜଗନ୍ନାଥ ମନ୍ଦିର, କନକା, କୁମାରୀ, ଭାଟକୁମରଡ଼ା, ବୀରଜଗନ୍ନାଥପୁର ଶାସନ, ପ୍ରତାପୁର, ଜଳେଶ୍ବର ଖଣ୍ଡି, ସୁନାଥର, ଶିକୁଳା ଆଦି ବିଭିନ୍ନ ଗ୍ରାମରେ ଜଗନ୍ନାଥ ମନ୍ଦିରରେ ନବଯୌବନ ଦର୍ଶନ ଲାଗି ଭିଡ଼ ଜମିବାରେ ଲାଗିଛି।

Share