ପୁରୁଷୋତ୍ତମପୁରରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ

ପୁରୁଷୋତ୍ତମପୁର,୧୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ ପୁରୁଷୋତ୍ତମପୁର ରଥସାହିରେ ମା’ ଗଜଲକ୍ଷ୍ମୀଙ୍କ ମେଢ଼ ନିର୍ମାଣ ସହ ସମଗ୍ର ସାହିକୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ଏହା ସହ କୁମାରୀ, ଚିଙ୍ଗୁଡିଆପଦର ସାହି, ନନ୍ଦିକ ସାହିରେ ମଧ୍ୟ ଧୂମ୍‌ଧାମ୍‌ରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି।