ପୁରୁଷୋତ୍ତମପୁର, ୨୩।୬(ଡି.ଏନ.ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ସମେତ ଆଖପାଖ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ସମ୍ପୁର୍ଣ୍ଣ ରୂପେ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। ମାତ୍ର ବିଧି ପରମ୍ପରା ରକ୍ଷା କରି କେବଳ ସୀମିତ ସେବାୟତ ଜଗନ୍ନାଥ ମନ୍ଦିର ମଧ୍ୟରେ ପୂଜାର୍ଚ୍ଚନା କରିଛନ୍ତି। ଭକ୍ତ ବିନା ସମସ୍ତ ମନ୍ଦିର ଏଭଳି ପବିତ୍ର ଦିନରେ ସମ୍ପୁର୍ଣ୍ଣ ରୂପେ ଖାଁ ଖାଁ ହୋଇ ପଡିଛି। ଭକ୍ତମାନଙ୍କ ମଧ୍ୟରେ ନୈରାଶ୍ୟ ଦେଖାଦେଇଛି।