ପୁରୁଷୋତ୍ତମପୁର,୨୬।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବିଚାରପତି ଅନ୍ନପୂଣ୍ଣା ଷଡ଼ଙ୍ଗୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଓକିଲ ସଂଘ କାର୍ଯ୍ୟାଳୟରେ ସଭାପତି ଜଗନ ମୋହନ ପଟ୍ଟନାୟକ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ଅରୁଣ କୁମାର ନାୟକ, ଥାନାରେ ଆଇଆଇସି ଜଗନ୍ନାଥ ମଲ୍ଲିକ,ଏନ୍ଏସିରେ ନର୍ବାହୀ ଅଧିକାରୀ ନାଗେଶ୍ବର ରାଓ, ହିନ୍ଦୀ ପ୍ରଚାର ସଭାରେ କୁଳସଚିବ ପ୍ରଫୁଲ୍ଲ କୁମାର ରଥ ଏବଂ ବ୍ଲକରେ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରଛନ୍ତି। ଏଥିରେ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରମାନେ ନଗର ପରିକ୍ରମା କରିଛନ୍ତି।