ପୁରୁଷୋତ୍ତମପୁର,୨୭।୫(ଡି.ଏନ.ଏ)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛି। ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ପାଣ୍ଡିଆ ଗ୍ରାମରେ। ଏହାପରେ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ ପାର୍ସିଆଲ ସଟ୍ଡାଉନ ଘୋଷଣା କରାଯାଇଛି। ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ସୋମବାର ରାତିରେ ଲକ୍ଷଣ ଜଣାପଡ଼ିବା ପରେ ତାଙ୍କୁ ଶିତଳାପଲ୍ଲୀ ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତହସିଲଦାର ଅରୁଣ କୁମାର ନାୟକ, ବିଡିଓ ସୀମାଞ୍ଚଳ ମହାନ୍ତି, ପାଣ୍ଡିଆ ସରପଞ୍ଚ ଗୋପାଳ ସେଠୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ଗ୍ରାମକୁ ସଟଡାଉନ ଘୋଷଣା କରିଛନ୍ତି। ଏହାସହ ଗ୍ରାମର ବିଭିନ୍ନ ପ୍ରବେଶ ପଥକୁ ସିଲ କରାଯାଇଛି।