ପୁରୁଷୋତ୍ତମପୁର,୨୦।୬(ଡି.ଏନ.ଏ)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଶାସନପଲ୍ଲୀ ଗ୍ରାମରେ ୪ ଜଣ ଓ ଭାଟକୁମରଡା ପଞ୍ଚାୟତ ନିମପଲ୍ଲୀ ଗ୍ରାମରେ ଶନିବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଚିହ୍ନଟ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାପରେ ପ୍ରଶାସନ ପକ୍ଷରୁ ଶାସନପଲ୍ଲୀ ଗ୍ରାମକୁ ସିଲ କରି ଦିଆଯାଇଛି।