Categories: ଫୁରସତ

ପୁରୁଷ ଟିଭି ଦେଖିବାରେ ଏବଂ ମହିଳା ଇସ୍ତ୍ରୀ କରିବାରେ ଅଧିକ ବିଦ୍ୟୁତ୍‌ ଶକ୍ତି କରନ୍ତି ଖର୍ଚ୍ଚ …

ଭାରତରେ ଅଧିକ ବିଦ୍ୟୁତ୍‌ ଶକ୍ତି କେଉଁମାନେ ଖର୍ଚ୍ଚ କରିଥାନ୍ତି ତାହାର ଏକ ରିପୋର୍ଟ ପ୍ରକାଶ ପାଇଛି। ପେନସିଲ୍‌ଭାନିଆର ପିଟସ୍‌ବର୍ଗ ସ୍ଥିତ କାନେଗି ମେଲୋନ୍‌ ବିଶ୍ୱବିଦ୍ୟାଳୟର ଗବେଷକ ଦୀର୍ଘଦିନ ଏକ ଅଧ୍ୟୟନ କରି ଏହା ଜାଣିପାରିଛନ୍ତି। ଦେଶର ୭ଟି ରାଜ୍ୟରେ ଏନେଇ ସର୍ଭେ କରାଯାଇଥିଲା। ଏହାର ରିପୋର୍ଟ ନେଚର ପତ୍ରିକାରେ ପ୍ରକାଶ ପାଇଛି। ଭାରତର ପୁରୁଷମାନେ ଟିଭି ଦେଖିବାରେ ଅଧିକ ବିଦ୍ୟୁତ୍‌ ଶକ୍ତି ଖର୍ଚ୍ଚ କରୁଥିବାବେଳେ ମହିଳାମାନେ ଇସ୍ତ୍ରୀ କରିବାରେ ଅଧିକ ବିଦ୍ୟୁତ୍‌ ଶକ୍ତି ଖର୍ଚ୍ଚ କରୁଥିବା ଏଥିରେ ଦର୍ଶାଯାଇଛି। ଗୁଜରାଟ, ମଧ୍ୟପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଏହି ସର୍ଭେ କରାଯାଇଥିଲା। ବିଦ୍ୟୁତ୍‌ ଶକ୍ତି ଯୋଗୁ ମନ ପସନ୍ଦର କାମ କରିପାରୁଥିବା ସର୍ଭେ ସମୟରେ ୨୫ ପ୍ରତିଶତ ମହିଳା ପ୍ରକାଶ କରିଥିଲେ।

Share