Categories: ଫୁରସତ

ପୁରୁଷ ବନ୍ଧୁଙ୍କୁ ବିବାହ କରିବାକୁ ପ୍ରାୟ ୬ ମାସ ସମୟ ନିଅନ୍ତି ଯୁବତୀ

ବିବାହ ଜୀବନର ଏକ ନୂଆ ଅଧ୍ୟାୟ ବୋଲି କୁହାଯାଏ। ତେବେ ଯେଉଁ ଯୁବତୀଙ୍କର ବୟଫ୍ରେଣ୍ଡ ବା ପୁରୁଷ ବନ୍ଧୁ ଥାଆନ୍ତି ଓ ସେମାନେ ତାଙ୍କୁ ବିବାହ କରିବାକୁ ଚାହାଁନ୍ତି ସେଥିପାଇଁ ଯୁବତୀମାନେ ବେଶ୍‌ କିଛି ସମୟ ଚିନ୍ତା କରନ୍ତି ବୋଲି ଗବେଷକମାନେ କହିଛନ୍ତି। ନିକଟରେ ସିକାଗୋ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି। ଗବେଷକଙ୍କ ମତରେ ଯେଉଁମାନେ ସିଙ୍ଗଲ ଥାଆନ୍ତି ସେମାନେ ୨୧୦ ଦିନ ସମୟ ନେଇ ଭାବନ୍ତି ବୟଫ୍ରେଣ୍ଡକୁ ବିବାହ କରିବେ ନା ନାହିଁ। କିନ୍ତୁ ଯେଉଁମାନେ ରିଲେସନଶିପରେ ଥାଆନ୍ତି ସେମାନେ ବିବାହ କରିବାକୁ ଅତିକମ୍‌ରେ ୧୭୨ ଦିନ ଅବା ପ୍ରାଖାପାଖି ୬ ମାସ ସମୟ ନିଅନ୍ତି ବୋଲି ଗବେଷଣାରେ ଉଲ୍ଲେଖ କରାଯାଇଛି। ଗବେଷକଙ୍କ କହିବା କଥା ହେଲା, ପ୍ରେମରେ ପଡିଲେ ପ୍ରଥମ ୩ ମାସ ହନିମୁନ ଭଳି ଲାଗେ। ଏଥିରେ ପରସ୍ପର କଥାରେ କିଛି ଅଡୁଆ ଲାଗି ନ ଥାଏ। କିନ୍ତୁ ୩ ମାସ ପରେ ଧିରେ ଧିରେ ଜଣେ ବ୍ୟକ୍ତିଙ୍କ ଅସଲ ଗୁଣ ଗୁଡିକ ଜଣା ପଡିଥାଏ। ଅର୍ଥାତ୍‌ ତାଙ୍କୁ କ’ଣ ପସନ୍ଦ କଣ ପସନ୍ଦ ନୁହେଁ ଇତ୍ୟାଦି। ତେଣୁ ଏହାପରେ ହିଁ ଜଣେ ଯୁବତୀ ତାଙ୍କ ବୟଫ୍ରେଣ୍ଡକୁ ବିବାହ କରିବାକୁ ସ୍ଥିର କରିଥାଆନ୍ତି। ଆହୁରି ମଧ୍ୟ ଯଦି ପ୍ରଥମରୁ ବିବାହ ପାଇଁ ହଁ ଭରି ଦିଅନ୍ତି ଏହାକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ ପାଖାପାଖି ୧୭୨ ଦିନ ସମୟ ଲାଗେ ବୋଲି ଗବେଷକମାନେ କହିଛନ୍ତି। ଯଦି ପ୍ରଥମରୁ କେହି ବୟଫ୍ରେଣ୍ଡକୁ ବିବାହ କରନ୍ତି ତେବେ ଅଧିକାଂଶ କ୍ଷେତ୍ରରେ ଏହି ସମ୍ପର୍କ ଦୀର୍ଘସ୍ଥାୟୀ ହୋଇ ନ ଥାଏ ବୋଲି ଗବେଷଣାରେ ଉଲ୍ଲେଖ କରାଯାଇଛି।

Share