Categories: ଜାତୀୟ

ପୁଲଓ୍ବାମା ଆକ୍ରମଣକୁ ପୂରିଲା ବର୍ଷେ: ଶହୀଦଙ୍କୁ ସିଆରପିଏଫ୍‌ ପକ୍ଷରୁ ସଲାମ

ନୂଆଦିଲ୍ଲୀ,୧୪।୨: ୨୦୧୯ ଫେବୃଆରୀ ୧୪ରେ ଜମ୍ମୁ କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ଏହି ଆକ୍ରମଣକୁ ପୂରିଛି ବର୍ଷେ। ଶହୀଦଙ୍କୁ ସିଆରପିଏଫ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ‘ଆମେ ଭୁଲିନୁ, ଆମେ ଛାଡିନାହୁଁ, ଦେଶ ପାଇଁ ଶହୀଦ ହୋଇଥିବା ଯବାନଙ୍କୁ ସଲାମ। ଆମେ ସର୍ବଦା ଶହୀଦଙ୍କ ପରିବାର ସହ ଅଛୁ’ ବୋଲି ସିଆରଏଫ ପକ୍ଷରୁ ଟୁଇଟ ଯୋଗେ କୁହାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ଶହୀଦ ଯବାନଙ୍କ ସ୍ମୃତିରେ ଲେଥପୁରା କ୍ୟାମ୍ପରେ ସ୍ମାରକୀ ଉଦଘାଟନୀ ହେବ। ଉଦଘାଟିତ ହେବାକୁ ଥିବା ସ୍ମାରକୀରେ ଶହୀଦ ଯବାନଙ୍କ ନାମ ସହିତ ଫଟୋ ରହିଛି। ଏହାସହିତ ସିଆରପିଏଫର ସ୍ଲୋଗାନ ‘ସେବା ଏବଂ ନିଷ୍ଠା’ ଲେଖା ରହିଛି।

Share