ନୂଆଦିଲ୍ଲୀ,୪।୯: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରିପୋର୍ଟର ତଥ୍ୟ ପ୍ରକାଶ ପାଇଛି। ସିଆର୍ପିଏଫ୍ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟରେ ଗୋଇନ୍ଦା ବିଭାଗ ବିଫଳତାକୁ ଇସାରା କରାଯାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଫେବୃୟାରୀ ୧୪ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ସେନାର ୪୦ ଯବାନ ଶହୀଦ୍ ହୋଇଥିଲେ। ଏହି ଘଟଣାରେ ଗୋଇନ୍ଦା ବିଭାଗ ବିଫଳ ରହିଥିବା କୁହାଯାଇଛି। ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟର ଏହା ବିପରୀତ ବୋଲି କୁହାଯାଉଛି। କେନ୍ଦ୍ର ସରକାରଙ୍କ ରିପୋର୍ଟରେ ଗୋଇନ୍ଦା ବିଭାଗ ଉପରେ ଦୋଷାରୋପ କରାଯାଇ ନ ଥିଲା। ସିଆର୍ପିଏଫ୍ ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ପୁଣି ପୁଲଓ୍ବାମା ଆକ୍ରମଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।