Categories: ଜାତୀୟ

ପୁଲଓ୍ବାମା ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ମୃତ

ପୁଲଓ୍ବାମା,୨।୬: ଜମ୍ମୁ-କଶ୍ମୀରରେ ହୋଇଥିବା ଏନ୍‌କାଉଣ୍ଟରରେ ମଙ୍ଗଳବାର ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସାଇମଙ୍ଗ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏହି ଏନ୍‌କାଉଣ୍ଟର କରାଯାଇଛି। ସୋମବାର ଆରମ୍ଭ ହୋଇଥିବା ଏହି ଏନ୍‌କାଉଣ୍ଟରରେ ପ୍ରଥମେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ମଙ୍ଗଳବାର ଆଉ ଜଣେ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। କଶ୍ମୀର ଜୋନ ପୋଲିସ ଟୁଇଟ କରି ଏହି ସୂଚନା ଦେଇଛି।

Share