Categories: ଜାତୀୟ

ପୁଲଓ୍ବାମା ଭଳି ଆକ୍ରମଣ ଯୋଜନାରେ ଥିଲେ ଆତଙ୍କବାଦୀ: ଜବତ ଅସ୍ତ୍ରଶସ୍ତ୍ର ଉଡାଇ ପାରିଥାଆନ୍ତା ବୁଲେଟ୍‌ ପ୍ରୁଫ୍‌ ଗାଡ଼ି

ଶ୍ରୀନଗର,୧।୨: ଜମ୍ମୁର ଗନରୋଟା ଅଞ୍ଚଳରେ ଜୈଶ-ଇ-ମହମ୍ମଦର ମୃତ ୩ ଆତଙ୍କବାଦୀ ବଡ ଧରଣର ଆକ୍ରମଣ ଯୋଜନାରେ ଥିବା ଜଣାପଡିଛି। ଏଥିପାଇଁ ସେମାନେ ନଗରୋଟା ହାଇଓ୍ବେର ସ୍ଥାନେ ସ୍ଥାନେ ଆଇଇଡି ଲଗାଇଥିଲେ। ଏବେ ଜାଣିବାକୁ ମିଳିଛି କି ଜବତ ହୋଇଥିବା ଆଇଇଡି ଗୁଡିକ ଏତେ ଶକ୍ତିଶାଳୀ ଥିଲା ଯେ ଏହା ବୁଲେଟ୍‌ ପ୍ରୁଫ୍‌ ଗାଡିକୁ ମଧ୍ୟ ଉଡାଇ ଦେଇପାରି ଥାଆନ୍ତା। ସୁରକ୍ଷାକର୍ମୀ ଓ ପୋଲିସର ସହଯୋଗରେ ମୃତ ଆତଙ୍କବାଦୀଙ୍କ ୩ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଏମାନେ ସମସ୍ତେ ଜୈଶର ଓଭର ଗ୍ରାଉଣ୍ଡ ଓ୍ବାର୍କର ଭାବେ କାମ କରୁଥିଲେ। ସୂଚନାଯୋଗ୍ୟ, ନଗରୋଟା ଅଞ୍ଚଳରେ ମୃତ ଆତଙ୍କବାଦୀଙ୍କ ନିକଟରୁ ବହୁପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏମାନଙ୍କ ନିକଟରୁ ଏକେ-୪୭, ଆମେରିକାନ ଏମ୍‌-୪ କାର୍ବାଇନ ରାଇଫଲ, ସ୍ନିପିଙ୍ଗ ରାଇଫଲ, ପିସ୍ତଲ, ହାତ ତିଆରି ବୋମା ଓ ହଜାର ହଜାର ଗୁଳି ଜବତ କରାଯାଇଛି। ଏହାସହ କୁମ୍ୟନିକେଶନ ଡିଭାଇସ ମଧ୍ୟ ଜବତ କରାଯାଇଛି। ପୋଲିସର ସୂଚନା ଅନୁଯାୟୀ ପ୍ରଥମଥର ଲାଗି ଜୈଶ ଆତଙ୍କବାଦୀଙ୍କ ନିକଟରୁ ଏତେ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

Share