ପୁଲଓ୍ବାମା ଶହିଦଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଦେବେ ଲତା ମଞ୍ଜେସକର

ମୁମ୍ବାଇ, ୧୬।୪: ପୁଲଓ୍ବାମା ଆକ୍ରମଣରେ ଶହିଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ସ୍ବର ସାମ୍ରାଜ୍ଞୀ ଲତା ମଞ୍ଜେସକର। ଶହିଦ ଯବାନଙ୍କ ପରିବାର ୧କୋଟି ଟଙ୍କା ସହାୟତା ରାଶି ‘ଭାରତ କେ ବୀର’ ଆପ୍‌ ଜରିଆରେ ଦେବେ ବୋଲି ଘୋଷଣା କରିଛନ୍ତି। ଏହାଛଡା ଲତାଙ୍କ ପରିବାର ଓ ସମ୍ପର୍କୀୟ ମିଶି ଶହିଦଙ୍କ ପରିବାରକୁ ୧୧ଲକ୍ଷ ଟଙ୍କା ଅଲଗା ସହାୟତା ଦେବେ। ସୂଚନାଯୋଗ୍ୟ, ଫେବୃଆରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ସିଆରଏଫ ଯବାନଙ୍କ ଏକ ବସ୍‌ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ୪୦ ଯବାନ ଶହିଦ ହୋଇଥିଲେ।

Share