ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହଓ୍ବାଗ ଏକ ମହତ କାମ ପାଇଁ ହାତ ବଢାଇଛନ୍ତି। ସେ ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ ମାଗଣା କ୍ରିକେଟ ଟ୍ରେନିଂ ଦେବେ ବୋଲି ଘୋଷଣା କରିଛନ୍ତି। ସେହଓ୍ବାଗ ଇଣ୍ଟରନ୍ୟାଶନାଲ୍ ସ୍କୁଲରେ ଅର୍ପିତ ସିଂ ଏବଂ ରାହୁଲ ସୋରେଙ୍ଗେ ନାମକ ଦୁଇଜଣ ପିଲା ପଢୁଛନ୍ତି। ଏହି ଦୁଇଜଣଙ୍କ ପିତା ଫେବୃଆରୀ ୧୪ରେ ପୁଲଓ୍ବାମା ଆକ୍ରମଣରେ ଶହୀଦ୍ ହୋଇଥିଲେ। ଏହାପରେ ସେହଓ୍ବାଗ ଅର୍ପିତ ଏବଂ ରାହୁଲଙ୍କୁ ନିଜ ଏକାଡେମୀରେ ମାଗଣା କୋଚିଂ ଦେବେ ବୋଲି ଟୁଇଟରରେ ପ୍ରକାଶ କରିଛନ୍ତି।