ପୁଲ୍‌ଓ୍ବାମା ସହିଦଙ୍କୁ ମନେ ପକାଇ ଗୀତ ରେକର୍ଡିଂ କଲେ ଐଶ୍ୱର୍ଯ୍ୟା

ପୁଲଓ୍ବାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବଲିଉଡ୍‌ ଷ୍ଟାରମାନେ ଏକ ଗୀତ ରେକର୍ଡିଂ କରିଛନ୍ତି। ଏହି ଗୀତର ନାଁ ‘ତୁ ଦେଶ୍‌ ମେରା’। ଅମିତାଭ ବଚ୍ଚନ, ଅମୀର ଖାନ୍‌, ରଣବୀର କପୁର ଏବଂ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ପରି ଅନେକ ଅଭିନେତ୍ରୀ ଅଭିନେତା ଏହି ଗୀତର ରେକର୍ଡିଂ କରିଛନ୍ତିି। ଏବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଗୀତ ରେକର୍ଡିଂ କରି ସହିଦଙ୍କୁ ମନେ ପକାଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଏହି ଗୀତର ରେକର୍ଡିଂ ୧୪ ଜଣ ଷ୍ଟାର୍‌ସଙ୍କୁ ନେଇ କରାଯାଇଛି। ହାପି ପ୍ରଡକ୍‌୍‌ସନର ଅମିତାଭ ମିଶ୍ର କୁହନ୍ତି, ଏହି ଗୀତ ପୁଲଓ୍ବାମାରେ ସହିଦ ହୋଇଥିବା ଯବାନଙ୍କ ପାଇଁ ଉତ୍ସର୍ଗ କରାଯାଇଛି। କହିରଖୁଛୁ, ଚଳିତବର୍ଷ ୧୪ ଫେବୃୟାରୀରେ ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ଯବାନ ପ୍ରାଣ ହରାଇଥିଲେ। ତେବେ ସହିଦ ଯବାନମାନଙ୍କୁ ସମ୍ମାନ ଦେବା ପାଇଁ ଏହି ଗୀତର ରେକର୍ଡିଂ କରାଯାଇଛି।

Share