ପୁଷ୍ଟି ବଗିଚା ସମ୍ପର୍କିତ କର୍ମଶାଳା

ଜି.ଉଦୟଗିରି,୮ା୯(ଡି.ଏନ.ଏ.): ଜି.ଉଦୟଗିରିର ସମନ୍ବିତଠାରେ ଓଡ଼ିଶା ଜୀବନ ଜୀବିକା ମିଶନ କନ୍ଧମାଳ ପକ୍ଷରୁ ପୁଷ୍ଟି ବଗିଚା ସମ୍ପର୍କିତ ୩ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲା ଜୀବିକା ମିଶନର ପ୍ରକଳ୍ପ ମ୍ୟାନେଜର ସନ୍ତୋଷ କୁମାର ରଥ, ସମନ୍ବିତର ପ୍ରକଳ୍ପ ନିର୍ଦ୍ଦେଶକ ନିରଞ୍ଜନ ନନ୍ଦ, ଓଏଲଏମର ଉପଦେଷ୍ଟା ଅଭିରାମ ନନ୍ଦ ଅତିଥି ଭାବେ ଯୋଗଦେଇ ବଗିଚାରେ କିପରି ପୁଷ୍ଟିକର ପନିପରିବା ଚାଷ ହୋଇପାରିବ ଓ ଜୈବିକ ଖତର ବ୍ୟବହାର ଉପରେ କହିଥିଲେ। ମୁଖ୍ୟ ପ୍ରଶିକ୍ଷକ ଦେବେନ୍ଦ୍ର ପଣ୍ଡା, ଲିଙ୍ଗରାଜ ହୋତା, ପ୍ରଶିକ୍ଷଣ ସଂଯୋଜକ ପୀତବାସ ମହାନ୍ତି ଜିଲାର ଗ୍ରାମବାସୀଙ୍କ ପାଇଁ ପୁଷ୍ଟିକର ପନିପରିବା ଯୋଗାଇବା ଲାଗି ପୁଷ୍ଟି ବଗିଚା (ନିଉଟି ଗାଡେନ)ର ଆବଶ୍ୟକତା ସମ୍ପର୍କରେ କହିଥିଲେ। ଏଥିରେ ଚକାପାଦ ଓ ଦାରିଙ୍ଗିବାଡ଼ି ବ୍ଲକର ୧୧ ପଞ୍ଚାୟତରୁ ୩୦ ଜଣ କୃଷିମିତ୍ର ଯୋଗ ଦେଇଥିଲେ।

Share