ପୁସ୍ତକ ‘ଦି ଆବ୍‌ସେଣ୍ଟ ଡାଇଲଗ୍‌’ରେ ଯୁକ୍ତି: ସଶସ୍ତ୍ର ବଳର ନେତୃତ୍ୱ ନେବାରେ ସକ୍ଷମ ନ ଥିଲେ ନେହେରୁ

ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସଶସ୍ତ୍ର ବଳର ନେତୃତ୍ୱ ନେବାକୁ ସକ୍ଷମ ନ ଥିଲେ ଅଥବା ତାକୁ ଦକ୍ଷତାର ପରିଚଳାନା କରି ନ ଥିଲେ ବୋଲି ଏକ ନୂଆ ପୁସ୍ତକରେ ଯୁକ୍ତି ବଢ଼ାଯାଇଛି। ଅଙ୍କିତ ମୁଖାର୍ଜୀଙ୍କ ଲିଖିତ ପୁସ୍ତକ ‘ଦି ଆବ୍‌ସେଣ୍ଟ ଡାଇଲଗ୍‌’ ଭାରତର ରାଜନେତା, ଅମଲାତନ୍ତ୍ରୀ ଓ ସେନା ମଧ୍ୟରେ ଥିବା ମାନସିକ ବ୍ୟବଧାନ ସମ୍ପର୍କରେ ଆଲୋକପାତ କରିଛି। ଉକ୍ତ ପୁସ୍ତକରେ ଉଲ୍ଲେଖ କରାଯାଇଛି ଯେ, ସେନା ସହ ନେହେରୁଙ୍କ ସମ୍ପର୍କ ଏେ ବିତର୍କର ବିଷୟ। ସେନାରେ ଥିବା ଅନେକଙ୍କ ମତରେ ରାଷ୍ଟ୍ରନିର୍ମାଣରେ ସେମାନଙ୍କ ଅବଦାନକୁ ନୂ୍ୟନ କରିଦେବା ଲାଗି ନେହେରୁ ହିଁ ବ୍ୟକ୍ତିଗତ ଭାବେ ଦାୟୀ। ଏପରି କି ସେମାନଙ୍କୁ ରାଜନୀତିରେ ଭୂମିକା ଦେବା ପାଇଁ ନେହେରୁ ମନାକରିଦେଇଥିବାରୁ ୧୯୬୨ ଯୁଦ୍ଧରେ ଭାରତକୁ ଅପମାନଜନକ ପରାଜୟର ସ୍ବାଦ ଚାଖିବାକୁ ମିଳିଥିଲା। ଏଥିଯୋଗୁ ନେହେରୁ ଅନେକ ସମୟରେ ଭାରତର ପ୍ରତିରକ୍ଷା ସମୁଦାୟର ତିରସ୍କାର ପାତ୍ର ହୋଇଥାନ୍ତି। ଏନେଇ ଉକ୍ତ ପୁସ୍ତକରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି।

Share