Categories: ଜାତୀୟ

ପୁସ୍ତକ ମେଳାରେ ହନୁମାନ ଚାଳିଶା ବାଣ୍ଟିବାରୁ ଭିଏଚ୍‌ପିକୁ ରୋକିଲା ପୋଲିସ

କୋଲକାତା,୧୯।୨: ପଶ୍ଚିମବଙ୍ଗରେ ରବିବାର ୪୪ତମ ଅନ୍ତର୍ଜାତୀୟ କୋଲକାତା ପୁସ୍ତକ ମେଳାର ଶେଷ ଦିନ ଥିଲା। ପୁସ୍ତକ ମେଳାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଲୋକମାନଙ୍କୁ ହନୁମାନ ଚାଳିଶା ବଣ୍ଟା ଯାଉଥିଲା। ଏହାକୁ ରୋକିଥିଲା ପୋଲିସ। ଫଳରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପୁସ୍ତକ ମେଳାକୁ ବିଭିନ୍ନ ଧର୍ମର ଲୋକ ଆସୁଛନ୍ତି। ତେଣୁ ଏକ ନିର୍ଦ୍ଦିଷ୍ଟ ଧାର୍ମିକ ପୁସ୍ତକ ବାଣ୍ଟିବା ଦ୍ୱାରା କାଳେ କୌଣସି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ଭାବି ରୋକାଯାଇଥିଲା ବୋଲି ପୋଲିସ କହିଛି। କିଛି ସମୟ ପାଇଁ ବାଣ୍ଟିବାକୁ ବିରୋଧ କରାଯାଇଥିଲା। ଏହାକୁ ନେଇ ବିବାଦ ଆରମ୍ଭ ହେବାକୁ ପୋଲିସ ପୁସ୍ତକ ବାଣ୍ଟିବାକୁ ପୁଣି ଅନୁମତି ଦେଇଥିଲା।

Share