ପୂଜକଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗିରଫ

ବାହାନଗା,୨୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡୁ ଗ୍ରାମର ଶିବ ମନ୍ଦିର ପୂଜକ ତଥା ବ୍ଲକ କଂଗ୍ରେସ ସଭାପତି କମୋଳ ଲୋଚନ ପଣ୍ଡାଙ୍କୁ ସୋମବାର ସେହି ଗ୍ରାମର ସୁକଦେବ ବାରିକ(୪୫) ମରଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ଗ୍ରାମବାସୀ କମୋଳଙ୍କୁ ଉଦ୍ଧାର କରି ବାଲେଶର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେହିପରି ଅଭିଯୁକ୍ତ ସୁକଦେବଙ୍କୁ ଗ୍ରାମବାସୀ କାବୁ କରି ସୋର ପୋଲିସକୁ ହସ୍ତାନ୍ତର କରିଛନ୍ତି। ଆକ୍ରମଣର ସଠିକ କାରଣ ଜଣାପଡ଼ି ନ ଥିବାବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି।