ପୂଜକଙ୍କ ଘର ପୋଡିଗଲା

ପାତ୍ରପୁର,୨୪ା୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଜୟନ୍ତିପୁର ସନ୍ତୋଷୀ ମା’ ମନ୍ଦିର ନିକଟରେ ଥିବା ପୂଜକ ନିଲାପୁ ଲୋକନାଥ ରେଡ୍ଡୀଙ୍କ ଘର ଶୁକ୍ରବାର ନିଅଁାଲାଗି ପୋଡି ଯାଇଛି। ପୂଜକଙ୍କ ବାସଭବନ ନିଛାଟିଆ ସ୍ଥାନରେ ଥିବାରୁ ଏବଂ ଘରେ କେହି ନଥିବାରୁ କିପରି ଅଗ୍ନିକାଣ୍ଡ ଘଟିଲା ଜଣାପଡିନାହିଁ। ମନ୍ଦିରର ଦୀପ ନିଅଁାରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ପାତ୍ରପୁର ଦମକଳ ବାହିନୀ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ସୁନା, ରୂପା, ୧୫ ଡବା ଘିଅ, ୨୦ ବସ୍ତା ଚାଉଳ ସହ ମନ୍ଦିର ଓ ଗୃହ ସାମଗ୍ରୀ ପ୍ରାୟ ୫ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା କ୍ଷତିଗ୍ରସ୍ତ ପରିବାର ବର୍ଗ କହିଛନ୍ତି। ତହସିଲଦାର ଡା. ଶ୍ରୀନିବାସ ବେହେରା ପହଞ୍ଚତ୍ କ୍ଷୟକ୍ଷତି ଆକଳନ କରିଛନ୍ତି। ପୂଜକଙ୍କୁ ସରକାରୀ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Share