ପୂଜାଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡ୍‌ର ଭାଇଜାନ ସଲମାନ ଖାନ ଦର୍ଶକଙ୍କୁ ପୁଣି ଏକ ନୂଆ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି। ନିଜ ଆଗାମୀ ସିନେମା ‘କଭୀ ଇଦ କଭୀ ଦିୱାଲି’ର ଶୁଟିଂ ଆରମ୍ଭ କରିଛନ୍ତି ସଲ୍ଲୁ। ଏହି ଫିଲ୍ମକୁ ନେଇ ସଲମାନଙ୍କ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି। ଏହି ସିନେମାରେ ଫିମେଲ ଲିଡ୍‌ରେ କିଏ ଅଭିନୟ କରିବେ ତାକୁ ନେଇ ପ୍ରଶ୍ନ ଥିଲା। ଏହି ସିନେମାର ପ୍ରଯୋଜନା ଦାୟିତ୍ୱ ସହ ସ୍କ୍ରିପ୍ଟ ଲେଖୁଥିବା ସାଜିଦ ନାଡିଆୱାଲା ଏହା ଉପରୁ ପରଦା ଉଠାଇଛନ୍ତି। ‘ମହୋଞ୍ଜୋଦାର’ ସିନେମାରେ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ପୂଜା ହେଗଡେ ପ୍ରଥମ ଥର ଲାଗି ସଲମାନଙ୍କ ସହ ନଜର ଆସିବାକୁ ଯାଉଛନ୍ତି। ସାଜିଦ କହିଛନ୍ତି ଯେ ‘ହାଉସଫୁଲ ୪’ରେ ପୂଜାଙ୍କ ସହିତ କାମ କରିବା ପରେ ‘କଭୀ ଇଦ କଭୀ ଦିୱାଲି’ ସିନେମା ପାଇଁ ସେ ପୂରାପୂରି ପରଫେକ୍ଟ ବୋଲି ସେ କହିଛନ୍ତି। ଏହା ଏକ ଫ୍ୟାମିଲ ଡ୍ରାମା ସିନେମା ହେବ ବୋଲି କୁହାଯାଉଛି। ୨୦୨୧, ଇଦ୍‌ ଅବସରରେ ଏହି ‘କଭୀ ଇଦ କଭୀ ଦିୱାଲି’ ସିନେମା ରିଲିଜ ହେବ।

Share