ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବେ ଆଉ ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କ ସ୍ମୃତି ସବୁବେଳେ ଆମ ସହ ରହିବ। ଏବେ ସୁଶାନ୍ତଙ୍କ ଅନେକ ଥ୍ରୋବ୍ୟାକ୍ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରୁ ଗୋଟିଏ ଭିଡିଓ ସୁଶାନ୍ତଙ୍କ ଜନ୍ମଦିନର ରହିଛି। ସେ ପ୍ରତିବର୍ଷ ନିଜ ଜନ୍ମଦିନକୁ ଅତି ସ୍ବତନ୍ତ୍ର ଭାବେ ପାଳନ କରିଥାନ୍ତି।
୧୯୮୬, ଜାନୁଆରୀ ୨୧ରେ ବିହାରର ପାଟଣାରେ ଜନ୍ମଗ୍ରହଣ କରିଥିଲେ ସୁଶାନ୍ତ। ୪ ଭଉଣୀଙ୍କ ମଧ୍ୟରୁ ସବୁଠାରୁ ସେ ସାନ ଭାଇ ଥିଲେ। ତେଣୁ ସୁଶାନ୍ତ ସମସ୍ତଙ୍କର ଗେହ୍ଲା ଥିଲେ। ସେ ଅତ୍ୟନ୍ତ ଧର୍ମପରାୟଣ ଥିଲେ। ପ୍ରତିଦିନ ଭଗବାନଙ୍କ ନାମନେଇ ଦିନ ଆରମ୍ଭ କରୁଥିଲେ। ଏହି ଭିଡିଓରୁ ଏହା ସ୍ପଷ୍ଟ ବାରିହୋଇ ପଡ଼ୁଛି। ସୁଶାନ୍ତଙ୍କ ଭଉଣୀ ତାଙ୍କ ଜନ୍ମଦିନରେ ଏହି ଭିଡିଓକୁ ଶେୟାର କରିଥିଲେ। ଭିଡିଓରେ ସୁଶାନ୍ତଙ୍କୁ ତାଙ୍କ ପରିବାର ସହ ଦେଖିବାକୁ ମିଳୁଛି।