ପୂଜାରେ ଅପରାହ୍ନ ୨ଟା ପରେ ମୋ’ବସ୍‌ ସେବା ବନ୍ଦ

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଦୁର୍ଗାପୂଜା ପାଇଁ ଭୁବନେଶ୍ୱର, କଟକ ଏବଂ ଖୋର୍ଦ୍ଧା ଉତ୍ସବ ମୁଖର ହୋଇ ଉଠିଛି। ସନ୍ଧ୍ୟାରେ ଭିଡ଼ ଅଧିକ ପରିଲକ୍ଷିତ ହେବା ସହ ଯାତାୟତରେ ସମସ୍ୟା ଦେଖାଦେବ। ଏଥିପାଇଁ କ୍ୟାପିଟାଲ ରିଜିଅନ୍‌ ଟ୍ରାନ୍ସପୋର୍ଟ ଲିମିଟେଡ (କ୍ରୁଟ) ଦ୍ୱାରା ପରିଚାଳିତ ମୋ ବସ୍‌ ସେବା ଅପରାହ୍ନ ୨ଟା ପରଠାରୁ ବନ୍ଦ ରଖାଯିବ ବୋଲି ଶୁକ୍ରବାର କ୍ରୁଟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅପରାହ୍ନ ୪ଟାରୁ ସହରରେ ଭାରିଯାନ ଚଳାଚଳ ଉପରେ କମିଶନରେଟ ପୋଲିସ କଟକଣା ଲଗାଇଥିବାବେଳେ ଏହି ନିର୍ଦ୍ଦେଶକୁ ସମ୍ମାନ ଜଣାଇ କ୍ରୁଟ ଦିନ ୨ଟାରୁ ମୋ ବସ୍‌ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ତେବେ ପୂର୍ବପରି ପ୍ରତ୍ୟହ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବସ୍‌ ଚଳାଚଳ ସ୍ବାଭାବିକ ରହିବ।

Share