Categories: ମେଟ୍ରୋ

ପୂଜାରେ ଟ୍ରେନ୍‌, ଷ୍ଟେଶନ ହେବ ଫେରିବାଲା ଶୂନ୍ୟ

ଭୁବନେଶ୍ୱର,୪ା୧୦(ବ୍ୟୁରୋ): ଟ୍ରେନ ଏବଂ ଷ୍ଟେଶନ ପରିସରରେ ବୁଲା ବିକାଳି ଓ ଫେରିବାଲାଙ୍କ ପ୍ରାଦୁର୍ଭାବ ଦୂର ପାଇଁ ପୂର୍ବତଟ ରେଳପଥ ଦ୍ୱିତୀୟ ପର୍ଯ୍ୟାୟ ଚଢ଼ାଉ ଆରମ୍ଭ କରିଛି। ବିଶେଷକରି ପୂଜା ସମୟରେ ଅଣସ୍ବୀକୃତିପ୍ରାପ୍ତ ଫେରିବାଲାଙ୍କୁ ଷ୍ଟେଶନରୁ ହଟାଇବାକୁ ଯୋଜନା କରାଯାଇଛି। ଏଥିପାଇଁ ଜିରୋ ଟଲେରାନ୍ସ ନୀତି ଆପଣାଯିବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି। ବୁଲା ବିକାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରେଳ ସୁରକ୍ଷା ବଳ(ଆର୍‌ପିଏଫ) ଓ ରେଳ ବାଣିଜି୍ୟକ ବିଭାଗକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହାର ନେତୃତ୍ୱ ନେଇଛନ୍ତି ପୂର୍ବତଟ ରେଳପଥ ପ୍ରମୁଖ ସୁରକ୍ଷା କମିଶନର ତଥା ଆର୍‌ପିଏଫ୍‌ ଆଇଜି ରାଜା ରାମ। ବୁଲା ବିକାଳିମାନ ଟ୍ରେନ୍‌ ଓ ଷ୍ଟେଶନରେ ନାନା ଅପରାଧରେ ସମ୍ପୃକ୍ତ ଥିବା ଜଣାପଡିଥିଲା। ତେଣୁ ଫେରି ବିକ୍ରିକୁ ବେଆଇନ ଘୋଷଣା କରାଯିବା ପରେ ଗତ ଜୁନ ଓ ଜୁଲାଇ ମାସରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।

Share