ଆନନ୍ଦପୁର ସହର ଚଳଚଞ୍ଚଳ

ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାର ଆନନ୍ଦପୁର ସହର ସମେତ ଏହାର ଆଖପାଖ ଅଞ୍ଚଳ ମା’ ଦୁର୍ଗାଙ୍କ ପୂଜା ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଛି। ଆନନ୍ଦପୁର ବଡ଼ଦାଣ୍ଡ ଠାରେ ଦୁର୍ଗାପୂଜା ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ସେହିପରି ଆନନ୍ଦପୁର ବଙ୍ଗାଳିସାହି ଦୁର୍ଗାପୂଜା, ଫକୀରପୁର ବୈଦ୍ୟରାଜ ସାହି ଦୁର୍ଗାପୂଜା, ଆଦ୍ୟ ଦୁର୍ଗାଦେବୀ ଅନୁଷ୍ଠାନ, ଘସିପୁରା ସାର୍ବଜନୀନ ପୂଜା ବେଶ୍‌ ଧୂମ୍‌ଧାମରେ ଚାଲିଛି। ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିବା ଲାଗି ରାମଚନ୍ଦ୍ରପୁର ପୂଜା କମିଟି ପକ୍ଷରୁ ମୀନା ବଜାର ସାଙ୍ଗକୁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।