ପୂଜା ଫ୍ୟାଶନ

ପୂଜା ଅବସରରେ ମହିଳାମାନେ ହଳଦିଆ, ଲାଲ ରଙ୍ଗର ହାଲ୍‌କା ଓ ମୁଲାୟମ କୋଟା ଡୋରିୟା ଶାଢି ପିନ୍ଧିପାରିବେ। ଏହାବାଦ କେପ୍‌ କିମ୍ବା ଫ୍ରଣ୍ଟ ସ୍ଲିଟ୍‌ କୁର୍ତ୍ତି ବି ପିନ୍ଧି ପାରିବେ। ବ୍ରାଇଟ୍‌ କଲର୍‌ର ଫୁଲ ପ୍ରିଣ୍ଟ ଥିବା ସୁଟ୍‌ ଅବା ସ୍କର୍ଟ ଓ ପ୍ଲାଜୋ ବି ବିକଳ୍ପ ହୋଇପାରେ। ସୁନ୍ଦର କଲର୍‌ କମ୍ବିନେସନ୍‌ର ଲେହେଙ୍ଗା ଆଜିକାଲି ବଜାରରେ ଉପଲବ୍ଧ ହେଉଛି। ଏହାକୁ ଟ୍ରାଏ କରିପାରିବେ। ତା’ସହ ସୁନ୍ଦର ହେୟାରଷ୍ଟାଇଲ୍‌ କରିବେ। ଦେଖିବେ ବହୁତ ସୁନ୍ଦର ଦେଖାଯିବେ। ପୁରୁଷମାନଙ୍କୁ ପୂଜା ଅବସରରେ କୁର୍ତ୍ତା ପାଇଜାମା ଭଲ ମାନିଥାଏ। ଏହା ଆରାମଦାୟକ ବି। କଟନ୍‌ର ପୋଷାକ ପୂଜା ସମୟରେ ପିନ୍ଧିବା ଭଲ। ଏହା ଯେମିତି ଭଲ ଦେଖାଯାଏ ସେମିତି ଆରାମଦାୟକ। ଅରେଞ୍ଜ କଲର୍‌ର ପୋଷାକ, ବ୍ରତ ଓ ଉତ୍ସବ ସମୟରେ ପିନ୍ଧିବାକୁ ସମସ୍ତେ ଭଲ ପାଆନ୍ତି। ଏହି ରଙ୍ଗର ପୋଷାକ ସମସ୍ତଙ୍କୁ ଭଲ ଦେଖାଯାଇଥାଏ। ତେବେ ଅଧିକ ଟାଇଟ୍‌ ପୋଷାକ ପିନ୍ଧନ୍ତୁ ନାହିଁ।
ସବୁଠୁ ଉଚ୍ଚା ଦୁର୍ଗା ମୂର୍ତ୍ତି
କଳାକାରର କୌଣସି ଧର୍ମ ନ ଥାଏ, କହନ୍ତି ଗୌହାଟିର ୬୧ ବର୍ଷୀୟ ନୁରୁଦ୍ଦିନ ଅହମ୍ମଦ। ସେ ଧର୍ମରେ ମୁସଲମାନ ହୋଇଥିଲେ ହେଁ ତିଆରି କରିଛନ୍ତି ପୃଥିବୀର ସବୁଠାରୁ ଉଚ୍ଚା ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି। ଆଉ ୨୦୧୯ରେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ତେବେ ୯୮ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତିର ବିଶେଷତ୍ୱ ହେଉଛି ଯେ, ଏହା ବାଉଁଶରେ ତିଆରି। ନୁରୁଦ୍ଦିନଙ୍କୁ ଉକ୍ତ ପ୍ରତିମୂର୍ତ୍ତିକୁ ଗଢିବା ପାଇଁ ୪୦ ଦିନ ସମୟ ଲାଗିଥିଲା। ଏଥିରେ ଉଭୟ ହିନ୍ଦୁ ଓ ମୁସଲମାନ କାରିଗର ତାଙ୍କୁ ସାହାଯ୍ୟ କରିଥିଲେ। ଆଉ କେବଳ ବାଉଁଶ ଓ ଦଉଡି ସାହାଯ୍ୟରେ ତିଆରି ଏହି ପ୍ରତିମୂର୍ତ୍ତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ଅନେକେ ଧର୍ମକୁ ନେଇ ନିନ୍ଦା କରିଥିଲେ। କିନ୍ତୁ ନୁରୁଦ୍ଦିନ କହନ୍ତି, କଳାକାର ପାଇଁ ଧର୍ମ ମାନେ ରଖେନା।