ପୂଜା ସମୟରେ କାଳୀ ମୂର୍ତ୍ତିଙ୍କଠାରୁ ବାହାରେ ଝାଳ…

ମଧ୍ୟପ୍ରଦେଶର ଜବଲପୁରରେ ମାତା କାଳୀଙ୍କର ଏକ ପୁରାତନ ମନ୍ଦିର ରହିଛି। ଏହା ଏକ ଚମତ୍କାରୀ ମନ୍ଦିର। ଏଠାରେ ଗରମ ହେଲେ କାଳୀ ମୂର୍ତ୍ତିଙ୍କଠାରୁ ଝାଳ ବାହାରିଥାଏ। ଏଥିପାଇଁ ମନ୍ଦିରର ଖ୍ୟାତି ରହିଛି । ପ୍ରାୟ ୬ ଶହ ବର୍ଷ ପୂର୍ବେ ଗୋଣ୍ଡଓ୍ବାନା ରାଜାଙ୍କ ସମୟରେ ମାତାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା ବୋଲି ସ୍ଥାନୀୟ ଲୋକେ କୁହନ୍ତି। କାଳୀ ମୂର୍ତ୍ତିଙ୍କଠାରୁ ଝାଳ ବାହାରିବାର କାରଣ ଖୋଜିବାକୁ ଅନେକ ଗବେଷକ ଚେଷ୍ଟା କରିଛନ୍ତି। ମାତ୍ର ଏହାର ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନାହିଁ। ଫଳରେ ଏବେ ମଧ୍ୟ ମନ୍ଦିରର ଏହି ରହସ୍ୟ ଭେଦ ହୋଇପାରି ନାହିଁ।

Share