ପୂଜ୍ୟପୂଜା ସଂସଦ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ସଜନାଗଡ,୧୯ା୪(ଡି.ଏନ.ଏ.)-ବାଲେଶର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଶନିବାର ପୂଜ୍ୟପୂଜା ସଂସଦ ଓ ନୀଳଗିରିର ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସାମ୍ପ୍ରତିକ ପରିସ୍ଥିତିରେ ରକ୍ତର ଅଭାବ ପୂରଣ କରିବା ଲକ୍ଷ୍ୟରେ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶିବିରରେ କୋଭିଡ-୧୯ ପାଇଁ ଦେଶର ଲକ୍‌ଡାଉନ ପରିସ୍ଥିତି ବଳବତ୍ତର ରହିଥିବାରୁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଥିଲା। ବିଧାୟକ ଏହାର ଶୁଭାରମ୍ଭ କରିଥିଲେ। ଏଥିରେ ମୋଟ ୫୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଏନଏସିର ପୂର୍ବତନ ଅଧ୍ୟକ୍ଷ ରାଧାଗୋବିନ୍ଦ ଖଟୁଆ, ମନୋରଞ୍ଜନ ବେହେରା, ପ୍ରଫୁଲ୍ଲ ଦଳେଇ, ଗଙ୍ଗାଧର ମିଶ୍ର, ପ୍ରଦୀପ ଆଚାର୍ଯ୍ୟ ଓ ରବୀନ୍ଦ୍ର ପାତ୍ର ପ୍ରମୁଖ ସହଯୋଗ କରିଥିଲେ।