ପୂରଣ ହେଲା ଆଶା

ପୂଜା ହେଗେଡ୍‌ ଯାହା ଚାହୁଁଥିଲେ ତାହା ପୂରଣ ହୋଇଛି। ‘ହାଉସ୍‌ଫୁଲ-୪’ ପରେ ସାଦିଦ୍‌ ନାଦିଓ୍ବାଦଓ୍ବାଲାଙ୍କ ପରବର୍ତ୍ତୀ ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି। କଥା କ’ଣ କି, ସାଦିଦ୍‌ଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ବାଲି’ ପାଇଁ ତାଙ୍କୁ ସାଇନ୍‌ କରାଯାଇଛି। ସୂଚନାଯୋଗ୍ୟ, ୨୦୧୬ରେ ରିଲିଜ୍‌ ହୋଇଥିବା ଆଶୁତୋଷ ଗୋଓ୍ବାରିକରଙ୍କ ନିର୍ଦ୍ଦେଶିତ ‘ମହେଞ୍ଜୋଦାରୋ’ରେ ହ୍ରିତିକ ରୋଶନଙ୍କ ଅପୋଜିଟ୍‌ରେ ତାଙ୍କୁ ବ୍ରେକ୍‌ ମିଳିଥିଲା। ଦୀର୍ଘ ୪ ବର୍ଷ ଗ୍ୟାପ୍‌ ପରେ ସେ ଆଉ ଏକ ହିନ୍ଦୀ ସିନେମାରେ ଅଭିନୟ କରିବାକୁ ଯାଉଛନ୍ତି। ଅସଲ କଥା ହେଲା, ସଲମାନଙ୍କ ସହ ସ୍କ୍ରିନ୍‌ ଶେୟାର କରିବା ତାଙ୍କର ଆଉ ଏକ ଆଶା ଥିଲା ବୋଲି ସେ କହିଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେବେ ଫରହଦ ସାମ୍‌ଜି। ‘କଭି ଇଦ୍‌ କଭି ଦିଓ୍ବାଲି’ରେ ପୂଜା ଏକ ଛୋଟ ସହରରେ ରହୁଥିବା ଯୁବତୀ ଭୂମିକାରେ ଅଭିନୟ କରିବେ। ଖାସ୍‌ କଥା ହେଲା, ସଲମାନଙ୍କୁ ଏଥିରେ ନୂଆ ଅବତାରରେ ଦେଖିବାକୁ ମିଳିବ। ଫିଲ୍ମଟି ଆସନ୍ତା ବର୍ଷ ଇଦ୍‌ରେ ପରଦା ଉପରକୁ ଆସିବ।

Share