ପୂର୍ବତଟ ରେଳପଥର ଭିଜିଲାନ୍ସ ବୁଲେଟିନ୍‌ ଉନ୍ମୋଚିତ

ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଭିଜିଲାନ୍ସ ବୁଲେଟିନ ଉନ୍ମୋଚନ କରାଯାଇଛି। ଶୁକ୍ରବାର ଚନ୍ଦ୍ରଶେଖରପୁରସ୍ଥିତ ରେଳ ସଦନଠାରେ ଏକ ପୁରସ୍କାର ବିତରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଭିନ୍ନ ସ୍କୁଲ୍‌ର ଛାତ୍ରୀଛାତ୍ରଙ୍କୁ ନେଇ ରଚନା, ଡ୍ରଇଂ ଓ ବକ୍ତୃତା ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହି ସପ୍ତାହକୁ ସ୍ମରଣୀୟ କରିବା ପାଇଁ ଭିଜିଲାନ୍ସ ବୁଲେଟିନ୍‌ର ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମକୁ ମୁଖ୍ୟ ଦୁର୍ନୀତି ନିବାରଣ ଅଧିକାରୀ ହେମନ୍ତ କୁମାର ଦତ୍ତ ପରିଚାଳନା କରିଥିଲେ।

Share