Categories: ବାଣିଜ୍ୟ

ପୂର୍ବତଟ ରେଳପଥ ନୂଆ ମୁଖ୍ୟ ଆର୍ଥତ୍କ ପରାମର୍ଶଦାତା

ଭୁବନେଶ୍ୱର,୩୦-୫: ପୂର୍ବତଟ ରେଳପଥର ନୂଆ ମୁଖ୍ୟ ଆର୍ଥତ୍କ ପରାମର୍ଶଦାତା ଭାବେ ରବି ଶଙ୍କର ମିତ୍ର ଯୋଗ ଦେଇଛନ୍ତି। ସେ ଭାରତୀୟ ରେଳବାଇ ଆକାଉଣ୍ଟସ ସେବାର ୧୯୮୭ ବ୍ୟାଚ୍‌ ଅଧିକାରୀ। ଏହି ନୂତନ ପଦବୀରେ ଯୋଗଦାନ ପୂର୍ବରୁ ସେ ଗୌହାଟିସ୍ଥିତ ଉତ୍ତର ସୀମାନ୍ତ ରେଳପଥର ମୁଖ୍ୟ ବିତ୍ତ ଅଧିକାରୀ ଓ ଅର୍ଥନୈତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ସେ ପୂର୍ବତଟ ରେଳପଥ, ଦକ୍ଷିଣପୂର୍ବ ରେଳପଥ ଏବଂ ଚିତ୍ତରଞ୍ଜନ ରେଳ ଇଞ୍ଜିନ କାରଖାନାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଖଡଗପୁର, ଚକ୍ରଧରପୁର ଓ ଓ୍ବାଲଟିୟର ରେଳ ମଣ୍ଡଳଗୁଡିକରେ ଆକାଉଣ୍ଟସ ବିଭାଗରେ କାର୍ଯ୍ୟ କରିବା ସେ ମିତ୍ର ବିଭିନ୍ନ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାଜପୁର ଜିଲାର ବୈତରଣୀ ରୋଡରେ ଜନ୍ମିତ ମିତ୍ର ୧୯୮୫ରେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ କମର୍ସରେ ସ୍ନାତ୍ତକୋତ୍ତର ଶିକ୍ଷା ପରେ ରେଳବାଇ ସେବାରେ ଯୋଗଦାନ କରିଥିଲେ। ଜଣେ ପ୍ରଗତିଶୀଳ ଏବଂ ଦକ୍ଷ ଅଧିକାରୀ ଭାବେ ସେ ବେଶ ପରିଚିତ।

Share