Categories: ଖେଳ

ପୂର୍ବତନ ଅଲିମ୍ପିକ୍ସ ଚାମ୍ପିୟନଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ

ବୁଦାପେଷ୍ଟ,୧୬।୧୦- ହଙ୍ଗେରୀର ଏକ ସହରର ମେୟର ଭାବେ ପୁନଃ ନିର୍ବାଚିତ ହୋଇଥିବା ପୂର୍ବତନ ଅଲିମ୍ପିକ୍‌ ଚାମ୍ପିୟନ ଜୋଲ୍ଟ ବୋର୍କାଇ ନିଜ ରାଜନୈତିକ ଦଳ ଫିଡେଜରୁ ଇସ୍ତଫା ଦେଇଛନ୍ତି। ଜୋଲ୍ଟ ୧୯୮୮ ସେଉଲ ଅଲିମ୍ପିକ୍ସରେ ଜିମ୍ନାଷ୍ଟିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏକ ପ୍ରାଇଭେଟ ଯାହଜ(ୟାଚ୍‌)ରେ ଜଣେ ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ଭିଡିଓ ଭାଇରାଲ ହେବା ପରେ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଛି। ଏଥିସହ ସେ କ୍ଷମାପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନଙ୍କ ନେତୃତ୍ୱାଧୀନ ଫିଡେଜ ଦଳ ଛାଡ଼ିବା ପରେ ମଧ୍ୟ ନର୍ଦନ ହଙ୍ଗେରୀର ଗିଅର ସହରର ମେୟର ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଥିରେ ସେ କୌଣସି ପ୍ରଶ୍ନର ଉତ୍ତର ଦେଇ ନ ଥିଲେ। ତେବେ ତାଙ୍କ ଭିଡିଓ କିଏ ଉତ୍ତୋଳନ କରିଛନ୍ତି, ତାହା ଜଣାପଡ଼ି ନାହିଁ।

Share