Categories: ଖେଳ

ପୂର୍ବତନ ଅଲିମ୍ପିକ ଚାମ୍ପିୟନ ଲି’ଙ୍କ ଅବସର

ନୂଆଦିଲ୍ଲୀ, ୧୮।୧୦ (ପି.ଟି.)- ପୂର୍ବତନ ଅଲିମ୍ପିକ ଚାମ୍ପିୟନ ଲି ଜୁଇ ରୁଇ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନରୁ ଅବସର ଘୋଷଣା କରିଛନ୍ତି। ଓ୍ବାଲର୍‌ଡ ବ୍ୟାଡ୍‌ମିଣ୍ଟନ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ ଗୁରୁବାର ଏହା କୁହାଯାଇଛି। ୨୮ ବର୍ଷୀୟା ଏହି ଚାଇନିଜ ବ୍ୟାଡ୍‌ମିଣ୍ଟନ ଖେଳାଳି ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେବେ ରିଓ ଅଲିମ୍ପିକ୍ସ ସମୟରେ ଆଘାତ ହେବା ଯୋଗୁ ତାଙ୍କ କ୍ୟାରିୟର ଏକପ୍ରକାର ଅନ୍ତ ଘଟିଥିଲା। ୨୦୧୦ ବ୍ୟାଡ୍‌ମିଣ୍ଟନ ଏସିଆ ଚାମ୍ପିୟନଶିପ୍‌ରେ ଭାରତର ସାଇନା ନେହ୍ବାଲଙ୍କୁ ପରାସ୍ତ କରି ଲି ଅନ୍ତର୍ଜାତୀୟସ୍ତରରେ ଦମ୍‌ଦାର ଅଭିଯାନ ଆରମ୍ଭ କରିଥିଲେ। ଏଥିରେ ସେ ଚାମ୍ପିୟନ ହୋଇ ପ୍ରଥମ ମେଜର ଟାଇଟଲ୍‌ ଜିତିଥିଲେ। ଏହାପରେ ସେ ୨୦୧୨ରେ ଅଲ୍‌ଇଂଲଣ୍ଡ ଚାମ୍ପିୟନଶିପ୍‌ ଟାଇଟଲ୍‌ ଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୩ ଓ ୨୦୧୪ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ରୌପ୍ୟ ପଦକ ପାଇଥିଲେ।

Share