Categories: ଜାତୀୟ

ପୂର୍ବତନ ଆଇଏଫ୍‌ଏସ୍‌ ଅଫିସରଙ୍କ ସ୍ତ୍ରୀଙ୍କୁ ହତ୍ୟା

ନୂଆଦିଲ୍ଲୀ,୨୨ା୬: ଦିଲ୍ଲୀର ସଫଦରଜଙ୍ଗ ଏନ୍‌କ୍ଲେଭସ୍ଥିତ ଘରେ ରହୁଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟର ଅବସରପ୍ରାପ୍ତ ଅଫିସରଙ୍କ ଘରେ ଶନିବାର ରାତିରେ କେତେକ ଦୁର୍ବୃତ୍ତ ପ୍ରବେଶ କରି ଛୁରିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ପୂର୍ବତନ ଆଇଏଫ୍‌ଏସ୍‌ ଅଫିସର ବି.ଆର୍‌. ଚାଓ୍ବଲାଙ୍କ ସ୍ତ୍ରୀ କାନ୍ତା ଚାଓ୍ବଲାଙ୍କର ମୃତ୍ୟୁ ଘଟିଛି। ଉକ୍ତ ବିଲ୍ଡିଂରେ ନିକଟରେ ନିଯୁକ୍ତି ପାଇଥିବା ସିକ୍ୟୁରିଟି ଗାର୍ଡ ଓ ତାଙ୍କର ୨/୩ ଜଣ ସହଯୋଗୀ ଡକାୟତି କରିବା ଉଦ୍ଦେଶ୍ୟରେ ଚାଓ୍ବଲାଙ୍କ ଘରେ ପ୍ରବେଶ କରି ସେମାନଙ୍କୁ ଆକ୍ରମଣ କରିଥିଲେ ବୋଲି ପୋଲିସ କହିଛି। କାନ୍ତା ପ୍ରତିରୋଧ କରିବାରୁ ତାଙ୍କୁ ଛୁରିଭୁସି ସେମାନେ ଘରୁ ନଗଦ ଟଙ୍କା ଓ ସୁନା ଗହଣା ନେଇ ଫେରାର ହୋଇଯାଇଥିଲେ।

Share